ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ

 ୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :-> ବରିଷ୍ଠ ନାଗରିକ ଦିବସ ଅବସରରେ ବୋଲଗଡ଼ ବ୍ଲକ ପିଚୁକୁଳି ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପଠାରେ ପାଞ୍ଚଗଡ ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସରେ ସଂଘର ସଭାପତି କାଳି ଚରଣ ଜୟସିଂହ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଏହି ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ବ୍ଲକ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରମେଶଚନ୍ଦ୍ର ନରେନ୍ଦ୍ର ଶୁଭଉଦ୍ଘାଟନ କରିଥିବା ବେଳେ  ଭାବେ ରାଜ୍ୟ ସେବାନିବୃତ୍ତ କର୍ମଗ୍‌ରୀ ଓ ଶିକ୍ଷକ ବିକାଶମଞ୍ଚ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବପ୍ରସାଦ ମଜୁମଦାର,ବିଶିଷ୍ଠ ଅତିଥିଭାବେ ସତ୍ୟବାଦୀବଳିୟାରସିଂ ଓ ସମ୍ମାନିତ ଅତିଥିଭାବେ ନାରାୟଣ ବେହେରା,ସାଧାରଣସମ୍ପାଦକ ଲୋକନାଥ ରଥ, ଯୋଗଦେଇଥିଲେ ।

ସଂଘ ସଂପାଦକ ବୈକୁଣ୍ଠ ମହାରଣା ଅତିଥି ପରିଚୟ,ସ୍ବାଗତ ଭାଷଣ ଓ ବିବରଣୀ ପାଠ କରିଥିବା ବେଳେ ସେବତୀ ପରିଡ଼ା ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଦାସଙ୍କ ଗୀତାପାଠ ଏବଂ ଗୀତାଞ୍ଜଳି ମହାପାତ୍ରଙ୍କ ବେଦ ପାଠ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କୁ ପୂଜାପାଠ କର ଯାଇଥିଲା।ଏହାପରେ ଦିବଂଗତ ବସନ୍ତ କୁମାର ଚୌଧୁରୀ ଓ ଭୀମସେନ ବିଶ୍ଵାଳଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା।ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସୁମନ୍ତ ଛୋଟରାୟ, ପ୍ରମୋଦ ପ୍ରତାପସିଂ,ଗଙ୍ଗାଧର ଜେନା,ଲଛମନ ପରିଡ଼ା, ସୁଦର୍ଶନ ସାହୁ ପ୍ରମୁଖ ଆଲୋକପାତ କରିଥିଲେ।

ଏହି ସବୁ ସମସ୍ୟାର ନିରାକରଣ ପାଇଁ ଐକ୍ୟବଧ ହୋଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ସମସ୍ତଅତିଥି ମତ ରଖିଥିଲେ।ଏହି ଅବସର ରେ ବିଶେଷପ୍ରତିଭା ସମ୍ପନ୍ନ ଶିକ୍ଷାବିତ୍ ଓ ସଂଗଠକ ସୁମନ୍ତ ଛୋଟରାୟ ,ଅବସରପ୍ରାପ୍ତ ପୋଲିସ୍ କର୍ମସ୍ଥରୀ ହରିବନ୍ଧୁ ଜେନା,କବି ଜନାବ୍ କହିରୁଦ୍ଦିନ୍ ଖାଁ, ସାମାଜିକ କର୍ମୀ ଶ୍ରିଖର ଖଟେଇ ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ କବୀର ନାୟକ ,ସାମ୍ବାଦିକ ଦେବବ୍ରତ ହୋତା ଏବଂ ଚିକିତ୍ସକ ଓ ସଫଳ ଚାଷୀ ଦାଶରଥ୍ ବେହେରାଙ୍କୁ ଅତିଥିମାନେ ମାନପତ୍ର,

ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ମଧ୍ୟ ସଂଘ୍ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୋଲଗଡ଼ ବ୍ଲକର ୧୯ ଟି ଗ୍ରାମପଞ୍ଚାୟତରୁ ପ୍ରାୟ ୩୦୦ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିଥିବା ବେଳେ ପରିଚୟ ପତ୍ର ପାଇଁ ସମସ୍ତଙ୍କୁ ସଂଘ ପକ୍ଷରୁ ଆବେଦନ ପତ୍ର ଯୋଗାଇ ଦିଆ ଯାଇଥିଲା । ପରିଶେଷରେ ମାୟାଧର ମହାପାତ୍ର ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version