Home ଓଡ଼ିଶା ଜବରଦଖଲକାରୀ ଭଡାଟିଆଙ୍କୁ ଜେଲ ଦଣ୍ଡାଦେଶ ଓ ଜୋରିମାନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଦୀର୍ଘ ବର୍ଷ ଧରି ଘରଭଡା ନଦେବା ଏବଂ ଜୋର ଜବରଦସ୍ତ ଘରକୁ ଅକ୍ତିଆର କରିବା ସହ ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ମାମଲାରେ ବିଚାର କରି ଚିଲିକା କୋର୍ଟ ମାନ୍ୟବର ବିଚାରପତି ଯୁଧିଷ୍ଠିର ଦଳେଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୧ ବର୍ଷ ଜେଲ ଓ ୧ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଣି କରିଛନ୍ତି l ଏଥି ସହ ଜୋରିମାନା ଅନାଦେୟ ଅଧିକ ଏକ ମାସ ଜେଲ ସମେତ ଗୃହ ମାଲିକଙ୍କୁ କ୍ଷତି ପୂରଣ ବାବଦରେ ୫ ହଜାର ଟଙ୍କା ଦେବା ପାଇଁ ନିର୍ଦେଶନାମା ଦେଇଛନ୍ତି l ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନ ସୋରଣ ମାନସିଂହ ପୁର ଗ୍ରାମର ଭିକାରୀ ବେହେରା ଓ ଦୁଖୀ ବେହେରା l ସୂଚନା ମୁତାବକ, ମାନସିଂହ ପୁର ଗ୍ରାମର ବୁଧିବାମନ ବେହେରାଙ୍କ ଘରେ ୨୦୧୩ ମସିହାରେ ଉପୋରକ୍ତ ଅଭିଯୁକ୍ତ ଦ୍ୱୟ ଭଡା ସୂତ୍ରରେ ରହିଥିଲେ l ତେବେ ଚୁକ୍ତିନାମା ଅନୁଯାଇ ଭଡା ଦେବାରେ ଖିଲାପ କରିବାରୁ ୨୦୧୫ ମସିହାରେ ଘର ମାଲିକ ଏ ନେଇ ଖୋର୍ଦ୍ଧା କୋର୍ଟରେ ଆଶ୍ରୟ ନେଇଥିଲେ l ୨୦୧୯ ମସିହାରେ ମାମଲାଟି ଗୃହ ମାଲିକଙ୍କ ସପକ୍ଷରେ ଯାଇଥିଲା ଏବଂ ୨୦୨୨ ମସିହା ନଭେମ୍ବର ୨୫ ତାରିଖରେ ପ୍ରଶାସନ ଉପସ୍ଥିତରେ ଭଡାଟିଆଙ୍କୁ ଘରୁ ବେଦଖଲ କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା l କିନ୍ତୁ ପୋଲିସ ପ୍ରଶାସନ ଯିବା ପରେ ଉକ୍ତ ଦିନ ରାତ୍ରିରେ ପୁଣି ଉକ୍ତ ଅଭିଯୁକ୍ତ ଦ୍ୱୟ ପହଞ୍ଚି ଜୋର ଜବରଦସ୍ତ ତାଲା ଭାଙ୍ଗି ଘରେ ପଶିଥିଲେ ଏବଂ ଘର ମାଲିକଙ୍କ ପରିବାରକୁ ମରଣାସ୍ତ୍ର ଦେଖାଇ ଧମକ ଚମକ ଦେଇଥିଲେ l ଏ ସଂକ୍ରାନ୍ତରେ ଘର ମାଲିକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ l ପରବର୍ତ୍ତୀ ସମୟରେ ମାମଲା ଟି ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ବିଚାର ହୋଇ ସମସ୍ତ ସାଖ୍ୟପ୍ରମାଣ କୁ ଆଧାର କରି ମାଜିଷ୍ଟ୍ରେଟ ଯୁଧିଷ୍ଠିର ଦଳେଇ ବୁଧବାର ଶୁଣାଣି କରିଛନ୍ତି l ସରକାରଙ୍କ ତରଫରୁ ଏହି ମାମଲା ପରିଚାଳନା କରିଥିଲେ କୈଳାଶ ଚନ୍ଦ୍ର ନାଥ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026