୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ପରିସରରେ ଗତ ସୋମବାର ଅପରାହ୍ନ ସମୟରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ଘଟିଥିବା ଘଟଣାଟି ଆଜି ରୋଚକ ମୋଡ଼କୁ ଆସିଛି।ଗୋପ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ସହିତ ବ୍ଲକ କର୍ମଚାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତିl ପ୍ରକାଶ ଥାଉ କି ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଗୋପ ବ୍ଲକ ପ୍ରଶାସନିକ ଅଧିକାରିଣୀ ଛବିରାଣୀ ସାହୁ ଓ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ଙ୍କ ବିରୁଦ୍ଧରେ ଗୋପ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l
