Home ଓଡ଼ିଶା ପାର୍ବଣ ଋତୁରେ ମା’ଙ୍କୁ ଡାକୁଛି କାଶତଣ୍ଡୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଜୟ ମିଶ୍ର “ମା’ଙ୍କୁ ଡାକୁଛି କାଶତଣ୍ଡୀ” ୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆସୁଛି ପାର୍ବଣ ଋତୁ । ସଜେଇ ହେଲାଣି ଧରଣୀ । ଧରା ପୃଷ୍ଠରେ ଅବତ୍ତୀର୍ଣ୍ଣ ହେବେ ମା’ । ଶରତ ଋତୁରେ ଶାରଦୀୟ ଦୁର୍ଗା ପୂଜା । ନଦୀ ପଠାରେ ଫୁଟିଲାଣି କାଶତଣ୍ଡୀ ଫୁଲ। ହାତ ହଲାଇ ମା’ଙ୍କୁ ଡାକୁଛି । ରାସ୍ତା କଡ,ନଦୀ ପଠା, ବିଲ ହୁଡା ଓ ପାହାଡର ପାଦ ଦେଶରେ ଖିଲି ଖିଲି ହସୁଛି କାଶତଣ୍ଡୀ । ପ୍ରେମିକ, ଭାବୁକ, କବି,ଲେଖକ, ସାମ୍ବାଦିକ, ପଥିକ ଓ ବୁଦ୍ଧିଜୀବୀ ମାନେ କାଶତଣ୍ଡୀ ଦେଖି ମନ ହେଲାଣି ଆନବନା । ଶୀତଳ ନିର୍ମଳ ଆକାଶ । କ୍ଷେତରେ ଝଲୁଛି ଧାନ କେଣ୍ଡା । ସବୁଜିମାରେ ଭରା ଧରା । ଚାନ୍ଦିନୀ ରାତିରେ ନଦୀ ପଠାରେ ଝୁଲୁଛି କାଶତଣ୍ଡୀ । ଧରଣୀ ରାଣୀ ଧଳା ଚାଦର ଘୋଡେଇ ହୋଇଛି । ଆଶ୍ବିନରେ ଅବତ୍ତୀର୍ଣ୍ଣ ହେବେ ମା’ ଅମ୍ବିକା । କାଶତଣ୍ଡୀ ଉପରେ ଶିଶିର ସ୍ବଚ୍ଛତା ବାରି ହୋଇପଡୁଛି । କବି ମୁହଁରୁ ଝରୁଛି କବିତାର ର୍ନିଝରଣୀ । ନିଆରା ସମୟ , ନିରୋଳା ମୁହୁର୍ତ୍ତ , ଶୀତୁଆ ସଜ ସକାଳ । ନଦୀ ପଠାରେ କାଶତଣ୍ଡୀ ଗଛ ତଳେ ବସିଛନ୍ତି ପ୍ରେମିକ ପ୍ରେମିକା । ପ୍ରେମିକ କହୁଛି ତୁ କାଶତଣ୍ଡୀ ହେଲେ ମୁଁ – ତୋ ପବନ , ପବନ ରୂପରେ ଦେଉଛି ଚୁମ୍ବନ । ତୁ ପୁଷ୍କରିଣୀର ନାଲି କଇଁ ହେଲେ ମୁଁ ତ ଜହ୍ନ । ତୁ ଝରଣା ହେଲେ ମୁଁ ତ ପର୍ବତ । ତୁ ପାହାନ୍ତିଆ ତଟକା ତାରା ହେଲେ ମୁଁ ସଜ ସକାଳର ରାବୁଥିବା କାଉର ସ୍ବର । କାଶତଣ୍ଡୀ ଫୁଲକୁ ଦେଖି ଏମିତି ଅନେକ ଭାବୁଛନ୍ତି ପ୍ରେମି ଯୁଗଳ । ଶ୍ରାବଣର ସଜ ଭିଜା ସଫେଦ ବସ୍ତ୍ର ପରିହିତା କାଶତଣ୍ଡୀ । ଆନ୍ଦୋଳିତ ହୁଏ ଆଖି । ଆନମନା ହୁଏ ମନ । ନିଦ ବିଛଣାରେ ନଦୀ ପଠାରେ ଆନନ୍ଦରେ ହସୁଛି କାଶତଣ୍ଡୀ । କଥିତ ଅଛି ଜଣେ ରାଜ କୁମାର ନୀଚ୍ଚ ଜାତିର ଅନିତ୍ୟ ସୁନ୍ଦରୀ କାଶତଣ୍ଡୀକୁ ଅନ୍ତର ସହ ଭଲ ପାଉଥିଲା । ପ୍ରତିଦିନ ନଦୀ ପଠାରେ ଦେଖା ହେଉଥିଲେ । ଏକଥା ରାଜାଙ୍କ କାନରେ ପଡିଲା । ରାଜା ରାଜକୁମାରକୁ ବାରଣ କଲେ । କିନ୍ତୁ କାଶତଣ୍ଡୀ ମୋହରୁ ମୁକୁଳି ପାରିଲେନି ରାଜକୁମାର । ରାଜା ନଦୀ ପଠାକୁ ସୈନ୍ଯ ସାମନ୍ତ ପଠାଇଲେ । ଆଲିଙ୍ଗନ ମୁଦ୍ରାରେ ବସିଥିଲେ ଉଭୟ । ସୈନ୍ଯ ମାନେ ରାଜକୁମାରକୁ ଅଲଗା କରିବା ପରେ କାଶତଣ୍ଡୀକୁ ଜିଅଁନ୍ତା ସେହି ଠାରେ ପୋତି ଦେଲେ । କାଶତଣ୍ଡୀ କହୁଥିଲା ଆମ ପ୍ରେମ ଶାଶ୍ବତ, ପୁଣି ଦେଖା ହେବ । ଆଶ୍ବିନ ମାସରେ ସେହି ଠାରେ କାଶତଣ୍ଡୀ ଫୁଟିଲା । ପାଗଳ ରାଜକୁମାର ସେହିଠାରେ ଘଣ୍ଟା ଘଣ୍ଟା ଧରି ବସିଥିବା ଦେଖିବାକୁ ମିଳିଥିଲା । ପଥିକ କାଶତଣ୍ଡୀ ଦେଖି ଆନବନା ହେଉଛି । ମାଙ୍କ ଆଗମନକୁ ଚାତକ ପରି ଚାହିଁଛି କାଶତଣ୍ଡୀ । ଶୁଭ୍ର ରଙ୍ଗରେ ରଙ୍ଗାୟିତ କାଶତଣ୍ଡୀ । ପବନରେ ଚାମର ହଲାଇ ମାଙ୍କୁ ଡାକୁଛି । ଶରତ ଋତୁରେ କବି ଖୋଜୁଛି କାଶତଣ୍ଡୀର ହସ । କାଶତଣ୍ଡୀ ପ୍ରକୃତିର ଅନବଦ୍ୟ ଉପହାର । ଅପରୂପ ସୌନ୍ଦର୍ଯ୍ଯରେ ଭରପୁର । ଉତ୍କଳୀୟ ପରମ୍ପରାରେ ରେଖା ପଞ୍ଚମୀରେ ବେଣୀ ବନ୍ଧା କାଶତଣ୍ଡୀ ଘରେ ରଖି ପୂଜା କରିବା ବିଧି ରହିଛି । କାଶତଣ୍ଡୀ ଦେଖି ଚିତ ହୁଏ ପୁଲକିତ । ନିଳାମ୍ବୁ ଚିଲିକା କୂଳେ ଟ୍ରେନ ଯାତ୍ରୀ କାଶତଣ୍ଡୀ ଦେଖି ବିଭୋର ହେଉଛନ୍ତି । କାଶତଣ୍ଡୀର ମନ ଫୁଲାଣିଆ ହସ ମନକୁ ଟାଣି ନେଉଛି । ସୁବର୍ଣ୍ଣ ସୋରିଷ ଫୁଲ ଫୁଟିଛି । ନଦୀ ପଠାରେ କାଶତଣ୍ଡୀ ରୂପା ଗାଲିଚା ବିଛାଇଛି । ତରୁଣୀଟିଏ ସଜ ସକାଳରେ ପୁଷ୍କରିଣୀରେ ସ୍ନାନ କରି କଟିରେ ପାଣି ଗରା ଧରି ଯାଉଛି । ଢଳ ଢଳ ହଂସ ଚାଲି, ଓଠରେ ନାଲି ହସ, କାଶତଣ୍ଡୀ ଫୁଲ ଦେଖି ସ୍ବପ୍ନରେ ଭିଜି ଯାଉଛି ତରୁଣୀ । କାଶତଣ୍ଡୀର ରଙ୍ଗ ନାହିଁ କି ବାସ୍ନା ନାହିଁ ହେଲେ ସେ ସବୁରି ପ୍ରିୟ । କାଶତଣ୍ଡୀକୁ ନେଇ ଭୂମିରୁ ଭୂମା ପର୍ଯ୍ୟନ୍ତ ଚିନ୍ତା କରୁଛି କବି । ଭାଦ୍ରବ ସରିଲା,ଆଶ୍ବିନ ଆସିଲା, ନଦୀ ପଠାରେ କାଶତଣ୍ଡୀ ଝଲସିଲା । କବି ଭାବୁଛି ହେ କାଶତଣ୍ଡୀ ତୁମେ ଚିରନମସ୍ଯ । ତୁମ ରଙ୍ଗର ଯାଦୁ ବିମୋହିତ କରୁଛି । ସରଳ ହେଲେ ମଧ୍ଯ ତୁମେ ମହାନ । ହେ କାଶତଣ୍ଡୀ ତୁମେ ମଣିଷ ମନରେ ଅହଂ ଭାବ ଦୂର କର । ମାଙ୍କ ଆଗମନୀ ପୂର୍ବରୁ ତୁମେ ତାଙ୍କ ବାହନ । ଧରାରେ ଶାନ୍ତି, ସତ୍ଯ, ଧର୍ମ, ନ୍ଯାୟ, ପ୍ରେମ,ଭକ୍ତି ଓ ସହାନୁଭୂତି ଫେରିଆସୁ ଏହା କାଶତଣ୍ଡୀର ନିବେଦନ ବାଲିଶଙ୍ଖ, ବାଲିଘାଟ . Categories: ଓଡ଼ିଶା, ପୁରୀ, ହୋମ୍ Related Content 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026