Home ଓଡ଼ିଶା ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବଡ଼ ବ୍ରାଣ୍ଡ୍ ଓ ଇ-କମର୍ସ ପୋର୍ଟାଲ୍ରେ ଆକର୍ଷଣୀୟ ଡିଲ୍ ସହ ଉତ୍ସବ ବୋନାଞ୍ଜା ଅଫର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଇଲେକ୍ଟ୍ରୋନିକ୍ସ, ମୋବାଇଲ୍, ଫେସନ୍, ଗହଣା, ଫର୍ଣ୍ଣିଚର, ଟ୍ରାଭେଲ୍, ଇ-କମର୍ସ ଓ ଡାଇନିଂ ଉପରେ ଆକର୍ଷଣୀୟ ଡିଲ୍ ସହ ବାର୍ଷିକ ଉତ୍ସବ ବୋନାଞ୍ଜା ଅଫର ଘୋଷଣା କରାଯାଇଛି । ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଂଟରନେଟ୍ ବ୍ୟାଙ୍କିଙ୍ଗ, କାର୍ଡଲେସ୍ ଇଏମ୍ଆଇ ଓ ଗ୍ରାହକ ଫାଇନାନ୍ସକୁ ବ୍ୟବହାର କରି ଏହି ଅଫରର ଲାଭ ଓ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ନିଜର ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ସେମାନେ ନୋ କଷ୍ଟ୍ ଇଏମ୍ଆଇ ବିକଳ୍ପ ଚୟନ କରିପାରିବେ । ବ୍ୟାଙ୍କ ପକ୍ଷରୁ ଆଇଫୋନ୍ ୧୬ ଓ ଆପଲ୍ ଉତ୍ପାଦ ଉପରେ ସ୍ୱତନ୍ତ୍ର ଡିଲ୍ ପ୍ରଦାନ କରାଯାଉଛି । ଗ୍ରାହକମାନେ ନିଜର କ୍ରେଡିଟ୍ କାର୍ଡ କିମ୍ବା କ୍ରେଡିଟ୍ ଓ ଡେବିଟ୍ କାର୍ଡକୁ ବ୍ୟବହାର କରି ଇଏମ୍ଆଇରେ କିଣାକିଣି କଲେ ତୁରନ୍ତ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ପାଇପାରିବେ । ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକମାନେ ଆପଲ୍ର “ଆଇଫୋନ୍ ଫର୍ ଲାଇଫ୍’ କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ କରିପାରିବେ । ଏହା ଜରିଆରେ ସେମାନେ ୨୪୯୭ ଟଙ୍କାରୁ ଆରମ୍ଭ ହେଉଥିବା ୨୪ ମାସିଆ ସୁଧ ମୁକ୍ତ କିସ୍ତି ବିକଳ୍ପ ସହ ଆଇଫୋନ୍ ମଡେଲ୍ ଚୟନ କରିପାରିବେ । ଏଥିରେ ପୁରୁଣା ଆଇଫୋନ୍ର ବାଏବ୍ୟାକ୍ ବିକଳ୍ପ ଥିବା ବେଳେ ନୂଆ ଆଇଫୋନ୍କୁ ଅପ୍ଗ୍ରେଡ୍ କରିବା ସୁଯୋଗ ରହିଛି । ଗ୍ରାହକମାନେ ମିନ୍ତ୍ରାର ବିଗ୍ ଫେସନ୍ ଫେଷ୍ଟିଭାଲ୍ରେ ସ୍ୱତନ୍ତ୍ର ଅଫର ପାଇପାରିବେ । ସେମାନେ ଗୃହ ଋଣ, କାର୍ ଋଣ, ଦୁଇଚକିଆ ଗାଡ଼ି ଋଣ ଏବଂ ଶିକ୍ଷା ଋଣ ଉପରେ ଅଫର ପାଇପାରିବେ । ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା କହିଛନ୍ତି ଯେ, “ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ରିହାତି, ଅଫର ଏବଂ କ୍ୟାସ୍ ବ୍ୟାକ୍ ସହ “ଉତ୍ସବ ବୋନାଞ୍ଜାଌ୰୩୯; ଫେରାଇ ଆଣି ଆମେ ଆନନ୍ଦିତ । ବିଭିନ୍ନ ବର୍ଗରେ ପ୍ରମୁଖ ବ୍ରାଣ୍ଡ ସହ ସହଯୋଗିତା କରି ଆମେ ପାର୍ବଣ ଋତୁରେ ଏହି ଆକର୍ଷଣୀୟ ଅଫର ଏବଂ ରିହାତିଗୁଡ଼ିକୁ ପ୍ରସ୍ତୁତ କରିଛୁ । ତାହା ଆମର ଗ୍ରାହକମାନଙ୍କୁ ସେମାନଙ୍କର ପାର୍ବଣ ସପିଂର ସଦୁପଯୋଗ କରିବା ପାଇଁ ପ୍ରସ୍ତୁତ କରିଛି । ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍/ ଡେବିଟ୍ କାର୍ଡ, ଇଂଟରନେଟ୍ ବ୍ୟାଙ୍କିଙ୍ଗ୍, କଞ୍ଜ୍ୟୁମର ଫାଇନାନ୍ସ ଏବଂ କାର୍ଡଲେସ୍ ଇଏମଆଇ ଜରିଆରେ ଏହି ଡିଲ୍ ହାସଲ କରାଯାଇପାରିବ । ଗୃହ ଋଣ, କାର୍ ଋଣ, ଦୁଇ ଚକିଆ ଋଣ ଏବଂ ଶିକ୍ଷା ଋଣ ଉପରେ ସ୍ୱତନ୍ତ୍ର ଉତ୍ସବ ଅଫର ଘୋଷଣା କରି ଆମେ ଆନନ୍ଦିତ । ଆମର ବିଶ୍ୱାସ ଯେ ଏହି ଅଫର ଗୁଡ଼ିକ ପାର୍ବଣ ଋତୁକୁ ଆହୁରି ଆନନ୍ଦଦାୟକ ଏବଂ ଗ୍ରାହକଙ୍କ ପାଇଁ ଲାଭଦାୟକ କରିବ ।’’ ଉତ୍ସବ ବୋନାଞ୍ଜାରେ ଗ୍ରାହକମାନେ ଆଇଫୋନ୍, ଇଲେକ୍ଟ୍ରୋନିକ୍ସ, ଅନଲାଇନ୍ ସପିଙ୍ଗ, ଲାପ୍ଟପ୍, ଫେସନ୍, ଟ୍ରାଭେଲ୍, ଗ୍ରୋସରି, ଭୋଜନ ବରାଦ କରିବା, ଆସବାବପତ୍ର, ହୋମ୍ ଡେକର୍, ଶିକ୍ଷା ଋଣ, ଗୃହ ଋଣ ଓ ଦୁଇଚକିଆ ଋଣ ଉପରେ ସ୍ୱତନ୍ତ୍ର ଅଫର ପାଇପାରିବେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026