୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଯାଜପୁର :-> ଟାଟା ଷ୍ଟିଲ ଫାଉଣ୍ଡେସନ ଜ୍ୟୋତି ଫେଲୋସିପ୍ ପରୀକ୍ଷାକୁ ସଫଳତାର ସହ ଆୟୋଜନ କରିଛି, ଯେଉଁଥିରେ ଆର୍ôଥକ ଦୃଷ୍ଟିରୁ ପଛୁଆ ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ପରିବାରର ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ମେଧା ଭିତ୍ତିକ ବୃତ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇଛନ୍ତି । ଯାଜପୁର ଜିଲ୍ଲା ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୫ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷା ଓ କ୍ୟାରିୟର ଆକାଂକ୍ଷା ପୂରଣ ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଜ୍ୟୋତି ଫେଲୋସିପ୍ କାର୍ଯ୍ୟକ୍ରମ ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ôଥକ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି ।

