Home ଓଡ଼ିଶା ଟିପିସିଓଡିଏଲକୁ ସମ୍ମାନଜନକ ସ୍କଚ ପୁରସ୍କାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେରରେ ଆୟୋଜିତ ୯୯ତମ ସ୍କଚ ଶିଖର ସମ୍ମିଳନୀରେ ସମ୍ମାନଜନକ ସ୍କଚ ପୁରସ୍କାର-୨୦୨୪ ପ୍ରଦାନ କରାଯାଇଛି । ଟିପିସିଓଡିଏଲର ଅତ୍ୟାଧୁନିକ ପଦକ୍ଷେପକୁ ସ୍ୱୀକୃତି ସ୍ୱରୂପ ଅନଲାଇନ୍ ପେମେ ପାଇଁ ଡିଜିଟାଲି କରଣ’ କୁ ଗୋଲ୍ଡ ଆୱାର୍ଡ ଏବଂ ପ୍ରକ୍ୟୁରମେଂଟ ପ୍ରକ୍ରିୟାର ଡିଜିଟାଲାଇଜେସନ୍’ ପାଇଁ ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପଦକ୍ଷେପ ଗୁଡ଼ିକ ଡିଜିଟାଲ ବିଦ୍ୟୁତ ଦେୟରେ ପାଞ୍ଚ ଗୁଣା ବୃଦ୍ଧି ସହିତ ଗ୍ରାହକସେବାରେ ଉନ୍ନତି ଆଣିଛି । ପ୍ରକ୍ୟୁରମେଂଟର ଡିଜିଟାଲାଇଜେସନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିଥିବା ବେଳେ ସମୟକୁ ଯଥେଷ୍ଟ ହ୍ରାସ କରିଛି ଏବଂ ବାର୍ଷିକ ଏକ ଟନରୁ ଅଧିକ କାର୍ବନ ନିର୍ଗମନ ହ୍ରାସ କରି ଦୀର୍ଘସ୍ଥାୟୀ ପରିବେଶ ଗଠନରେ ଯୋଗଦାନ କରିଛି । ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଏହି ସମ୍ମାନଜନକ ସ୍ୱୀକୃତି ନବସୃଜନ, ଗ୍ରାହକ ସେବାରେ ଉନ୍ନତି ଏବଂ ପରିଚାଳନା ଗତ ଦକ୍ଷତା ବୃଦ୍ଧି ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମ ଦଳର ନିଷ୍ଠା ଏବଂ କଠିନ ପରିଶ୍ରମ ପାଇଁ ଆମେ ଏହି ସମ୍ମାନ ପାଇଛୁ । ଡିଜିଟାଲ ରୂପାନ୍ତରଣର ଯାତ୍ରା ଜାରି ରଖି, ଆମେ ଏକ ଦୀର୍ଘସ୍ଥାୟୀ ପରିବେଶ ଗଠନ ଲକ୍ଷ୍ୟରେ ଆଗକୁ କାମ ଜାରି ରଖିବୁ ।” ଗ୍ରାହକସେବା ମାନରେ ଉନ୍ନତି ଆଣିବା ଏବଂ ପ୍ରକ୍ୟୁରମେଂଟରେ ଆଧୁନିକ ପ୍ରକ୍ରିୟା ଆପଣାଇବାରେ ଟିପିସିଓଡିଏଲର ଉଲ୍ଲେଖନୀୟ ସଫଳତା, ୟୁଟିଲିଟିର ପରିଚାଳନାରେ ପରିବର୍ତନ ଆଣିବା ସହିତ ଡିଜିଟାଲ ଗ୍ରହଣୀୟତାକୁ ପ୍ରୋତ୍ସାହିତ କରି ସମଗ୍ର ଅଂଚଳରେ ଦୀର୍ଘସ୍ଥାୟୀ ପରିବେଶ ଗଠନର ପ୍ରୟାସକୁ ଆଗେଇ ନେଉଛି । ୨୦୦୩ରେ ସ୍ଥାପିତ ସ୍କଚ ଆୱାର୍ଡରେ ଉତ୍କର୍ଷତାକୁ ସମ୍ମାନିତ କରାଯିବା ସହ ଦେଶର ପ୍ରଗତିରେ ଗଭୀର ପ୍ରଭାବ ପକାଇଥିବା ବ୍ୟକ୍ତିତ୍ୱ, ପ୍ରକଳ୍ପ ଓ ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରାଯାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରାଜ୍ୟସ୍ତରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲେ ମନ୍ତ୍ର by Proprietor Abhimanyu Maharana October 13, 2026 ପାରଳାଖେମୁଣ୍ଡି ଉପକଣ୍ଠ ଦେବିତୀ ଗ୍ରାମ ନିକଟରେ ଜୟମାତାଦି କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ ୧୨ ଲକ୍ଷ ଟଙ୍କା ଜବତ ୭୦ ଗିରଫ by Proprietor Abhimanyu Maharana October 13, 2026 EESL AND THERMOGREEN COOL JOIN HANDS TO ADVANCE PASSIVE COOLING AND COOL-ROOF SOLUTIONS FOR A CLIMATE-RESILIENT INDIA by Proprietor Abhimanyu Maharana October 13, 2026 ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର by Proprietor Abhimanyu Maharana October 13, 2026 ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ - ମୋହନା by Proprietor Abhimanyu Maharana October 13, 2026 ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ… by Proprietor Abhimanyu Maharana October 13, 2026