ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ଦ୍ୱାରା କନ୍ଧମାଳ ର ସ୍ଥାୟି ବିକାଶ ବିଷୟରେ ଆଲୋଚନା ଚକ୍ର  

୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ  :-> ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ, ସ୍ୱାତୀ ଏବଂ ନୀପିଡିତ ର ମିଳିତ ଉଦ୍ୟମରେ କନ୍ଧମାଳର ସ୍ଥାୟି ବିକାଶ ବିଷୟରେ ଏକ ଆଲୋଚନା ଚକ୍ର ପ୍ରେସ କ୍ଲବ, ଫୁଲବାଣି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ର ସଭ୍ୟ ଅନୁଷ୍ଠାନ ଯଥା ଜାଗୃତି, ଶାନ୍ତି ମୈତ୍ରୀ, ଜନ ବିକାଶ, ଓ.ସି.ଆଇ., ସମନ୍ୱୟ ଟ୍ରଷ୍ଟ, ବନବାସୀ ସେବା ସମିତି, ହାଇ ହୋପ ସୋସାଇଟି; ଆଜକା; ସାହାରା, ସେବା ଭାରତୀ, ଗ୍ରାମ ବିକାଶ, ଲଭ ଇଣ୍ଡିଆ, ପାହାଡ, ଓରିଶା, ଆମଗାଁ, ପ୍ରଦାତା ଓ ସାଲୁଙ୍କି ଉପସ୍ଥିତ ଥିଲେ । ଏଥି ସହିତ ଯୋଜନା ଓ ସମନ୍ୱୟ ବିଭାଗର ଜିଲ୍ଲା ଅଧିକାରୀ ଭିମଶେନ ବାରର୍ଲା, ମହିଳା ମହାବିଦ୍ୟାଳୟ ର ଅଧକ୍ଷା ଡା ତନୁଜା ସିଂ,

ଫୁଲବାଣୀ ସ୍ୱୟଂ ସହାୟକ ମହାବିଦ୍ୟାଳୟ ଅଧକ୍ଷ ଶୁକାନ୍ତ କୁମାର ବେହେରା, ଜିଲ୍ଲା ସରପଂଚ ସଂଘ ର ସଭାପତି ଶୁଦର୍ଶନ କହଁର, ଜିଲ୍ଲା ପଂଚାୟତ ସଭ୍ୟ ସଂଘ ର ସଭାପତି ବୈଦନାଥ ବେହେରା, ନାଗରିକ ମଂଚ ର ସଭାପତି ଡା ଅରୁପ ଜେନା, ବରିଷ୍ଠ ନାଗରିକ ସଂଘ ର କର୍ମକର୍ତା ପଦ୍ମ ଚରଣ ସ୍ୱାଇଁ ଓ ପ୍ରଣବ କୁମାର ମଣ୍ଡଳ, ପ୍ରେସ କ୍ଲବର ପ୍ରତିନିଧି, ରୋଟାରି କ୍ଲବ ଫୁଲବାଣୀ ର ସଂପାଦକ ବିଜୟକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ଚିରନ୍ତନ ବିକାଶ ର ଦିଗ ଓ ଆଗାମି ୫ ବର୍ଷରେ ବିକାଶ ର ସ୍ୱପ୍ନ ବିଷୟରେ ଆଲୋଚନା କରି ୨୦୩୦ ସର୍ବାଙ୍ଗିନ ବିକାଶ ର ଖସଡା ପ୍ରସ୍ତୁତି କରିବା ର ପ୍ରାରମ୍ଭିକ ଆଲୋଚନା କରିଥିଲେ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବେଶ, ଅବକାରୀ, ପାନୀୟ ଜଳ, ମହିଳା ଓ ଶିଶୁ, ରୋଜଗାର ଓ ପେସା ଭଳି ୧୦ ଟି ମୁଖ୍ୟ ଦିଗ ଉପରେ ମାନସ ମନ୍ଥନ କରାଯାଇଥିଲା ।

ସମସ୍ୟା, ସମନ୍ୱୟ ଓ ସହଭାଗିତା କୁ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଲେ ଉପଯୁକ୍ତ ବିକାଶ ର ରୋଡ ମ୍ୟାପ ତିଆରି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆଗାମି ଦିନରେ ଏହି କର୍ମସାଳାର ନିର୍ଜାସ କୁ ପୁନରାୟ ଆଲୋଚନା ମାଧ୍ୟମରେ ଲୋକପ୍ରତିନିଧୀ, ସରାକାରୀ ଅଧିକାରୀ ଙ୍କୁ ଜଣାଇବାର ଯୋଜନା ଅଛି ବୋଲି ଫୁଲବାଣୀ ମହାସଂଘ ର ଆବାହକ ଇଂ ହରିଶଙ୍କର ରାଉତ କହିଥିଲେ । କୈଳାସ ଦଣ୍ଡପାଟ ନିଜସ୍ୱ ଉଦ୍ୟମରେ କରିଥିବା ସର୍ଭେ ରେ ବର୍ତମାନ ର ସାମାଜିକ ଓ ଅର୍ଥନ୍ୟତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ନିୟମିତ ବ୍ୟବଧାନରେ ଜିଲ୍ଲା ପ୍ରଶାସନ, ସ୍ୱଛାସେବୀ ଅନୁଷ୍ଠାନ, ଓ ବୁଦ୍ଧିଜିବୀ ମାନଙ୍କ ସହିତ ଆଲୋଚନା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରଧାଞ୍ଜଳି ତିନି ଜଣ ମହାନ ବ୍ୟକ୍ତିତ୍ୱ ସ୍ୱର୍ଗତ ପ୍ରଫେସର ସବ୍ୟସଚି ରଥ, ଫାଦର ଅଗଷ୍ଟିନି ଓ ବିଷପ ଆନସଲମ ନାୟକ ଙ୍କୁ ପ୍ରଦାନ କରିବା ସହିତ ତାଙ୍କର ସ୍ମୁତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ର ଆବାହକ କରିଥିବା ବେଳେ ସ୍ୱାତୀ ର କର୍ମୀ ପ୍ରଦୀପ ସ୍ୱାଇଁ ସହଯୋଗ କରିଥିଲେ ଓ ପରିଶେଶରେ ନୀପିଡିତ ର ପ୍ରମୋଦ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version