Home ଓଡ଼ିଶା ପ୍ରଧାନ ଶିକ୍ଷକଙ୍କ ଦୌରାତ୍ମକୁ ବିରୋଧ କରି ତାଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କେସେରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ମିଶାଲ ଦୀର୍ଘ ମାସ ଧରି ସ୍କୁଲରେ ନିଜର ମାନମାନି ଚଳାଇ ବିଭିନ୍ନ ପ୍ରକାର ଦୌରାତ୍ମ ଯୋଗୁ ଅଞ୍ଚଳବାସୀଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି. ଯାହା ଫଳରେ ବିଦ୍ୟାଳୟର କମିଟି ଓ ଅଭିଭାବକ ମାନେ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମୌଖିକ ଓ ଲିଖିତ ଅଭିଯୋଗ ବାରମ୍ବାର କରୁଥିଲେ । ତଥାପି ପ୍ରଧାନ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା । ଯାହା ଫଳରେ ଚଳିତ ମାସ ୧୯ ତାରିଖରେ ଗାଁ ଲୋକଙ୍କ ସହ ବିଦ୍ୟାଳୟର କମିଟି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ। ଗ୍ରାମବାସୀ କହିବା ପ୍ରକାରେ ବହୁଦିନ ହେଲା ପ୍ରଧାନ ଶିକ୍ଷକଙ୍କ ମନମାନି ପାଇଁ ବିଦ୍ୟାଳରର ଉର୍ନ୍ନତିରେ ବାଧା ଦେବା, ଛାତ୍ରାବାସରେ କମ୍ ଛାତ୍ର ଥିବାବେଳେ ସମସ୍ତ ଛାତ୍ରଙ୍କ ଉପସ୍ଥାନ ଦେଖାଇବା, ବିଦ୍ୟାଳୟକୁ ନିୟମିତ ନ ଆସିବା, ବିଦ୍ୟାଳୟର କମିଟିକୁ ଦୀର୍ଘ ମାସ ହେବ କୌଣସି ବୈଠକ ନ କରି ଅଣଦେଖା କରିବା, ଉପରିସ୍ଥ ଅଧିକାରୀଙ୍କ ଲିଖିତ ଆଦେଶକୁ ବେଖାତିର୍ କରିବା ଭଳି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ନିଜର ଦବଦବା ଜାହିର କରି ଆସୁଥିଲେ । ଏ ନେଇ ମୋହନା ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରାଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ପଚାରିବାରେ ସେ କହିଥିଲେ ଅଗଷ୍ଟ ୭ ତାରିଖରେ ପ୍ରଥମ ଅଭିଯୋଗ ଆସିଥିଲା ପରେ ବିଦ୍ୟାଳୟକୁ ଯାଇ ସମସ୍ତ ତଦନ୍ତ କରି ଅଗଷ୍ଟ ୨୩ ରେ ପ୍ରଧାନଶିକ୍ଷକ ପଦରୁ ବାହାର କରାଯାଇ ରବି ନାରାୟଣ ମହାରଣାଙ୍କୁ ପ୍ରଧାନଶିକ୍ଷକ ଭାବରେ ଦାୟିତ୍ବ ହସ୍ତାନ୍ତର ପାଇଁ ଆଦେଶ ପତ୍ର ଦିଆଯାଇଥିଲା । ହେଲେ ଦୀର୍ଘ ଦିନ ହେଲା ପ୍ରହଲ୍ଲାଦ ମିସାଲ ଦାୟିତ୍ବ ନ ଦେଇ ନିଜ ମନମୁଖୀ ଶାସନ ଚଳାଇ ଆସୁଥିଲେ। ଯାହା ଫଳରେ ଗାଁ ଲୋକଙ୍କ ସହ ବିଦ୍ୟାଳୟ କମିଟି ବିଦ୍ୟାଳୟ କାର୍ଯ୍ୟଳୟରେ ତାଲା ପାକାଇ ରଖିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ ଏହି ଘଟଣା ନେଇ ହସ୍ତକ୍ଷେପ କରି ପ୍ରହଲ୍ଲାଦ ମିସାଲଙ୍କୁ ଡ଼ାକି ନିଜର ଦାୟିତ୍ବକୁ ୧୫ ଦିନ ଭିତରେ ହସ୍ତାନ୍ତର କରିବା ପାଇଁ ଆଦେଶ ପତ୍ର ଦେଇଥିଲେ l ଫଳରେ ସିଆରସିଙ୍କ ଉପସ୍ଥିତିରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟର ତାଲା ଖୋଲିଛନ୍ତି l ହେଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ ପ୍ରକାରେ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମିଶାଲ କେବେ ଦାୟିତ୍ଵ ହସ୍ତାନ୍ତର କରୁଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ l Categories: ଓଡ଼ିଶା, ଗଜପତି, ହୋମ୍ Related Content ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026 ପୌରାଞ୍ଚଳର ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର by Proprietor Abhimanyu Maharana October 2, 2026