Home ଓଡ଼ିଶା ମୋହନା ତହସିଲଦାରଙ୍କ ବଦଳି ଦାବିରେ ବିରାଟ ଆଦିବାସୀ ଶୋଭାଯାତ୍ରା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ତହସିଲଦାରଙ୍କ ବଦଳି ଦାବିରେ ଆଦିବାସୀମାନେ ବିଭିନ୍ନ ନାରାବାଜି ଦେଇ ଶୋଭାଯାତ୍ରା କରିବା ସହ ମୋହନା ତହସିଲ ଅଫିସକୁ ଘେରାଉ କରିଥିବା ସୂଚନା ମିଳିଛି. ମୋହନା ତହସିଲଦାରଙ୍କ ବିରୋଧରେ ସେଠାକାର ହାଇସ୍କୁଲ୍ ପଡ଼ିଆରେ ଶହଶହ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ । ପରେ ହାଇସ୍କୁଲ୍ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରା ବାହାର କରି ମୋହନା ସହରର ମୂଖ୍ୟ ବଜାର ଦେଇ ତହସିଲଦାରଙ୍କ ବିଭିନ୍ନ ନାରାବାଜି କରି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ପାଖାପାଖି ୩ ଘଣ୍ଟା ତହସିଲ୍ କାର୍ଯ୍ୟାଳୟ ସାମ୍ନାରେ ତହସିଲଦାର ସତ୍ୟବାନ୍ ନାୟକଙ୍କ ବିରୋଧରେ ନାରାବାଜି କରିଥଲେ । ସେମାନଙ୍କ ମୂଖ୍ୟ ଅଭିଯୋଗ ଥିଲା ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଚୌହଦ ନିର୍ମାଣ,୩୪ ଇ କେସ,୧୯ ସି କେସ, ଘରବାରି ପଟ୍ଟା, ପଟ୍ଟା ସଂଶୋଧନ, ଜଙ୍ଗଲ ଜମି ପଟ୍ଟା, ଘୋଷଣା ନାମା ଓ ସାମଗ୍ରିକ ଘୋଷଣା ନିମନ୍ତେ ଜମି ଚିହ୍ନଟ କରଣ ପାଇଁ ମୁଖ୍ୟ ଦାବୀ ରହିଥିଲା । ଏହି କାର୍ଯ୍ୟକ୍ରମରେ ଦଳିତ ଆଦିବାସି ଆଞ୍ଚଳିକ ବିକାଶ ପରିଷଦ, ନବ ନିର୍ମାଣ ସଂଘର୍ଷ ସମିତି ଓ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ଜନ ଜାଗରଣ ସଂଘର୍ଷ ସମିତି ର ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିରୋଧ କରିଥିଲେ । ପାଖା ପାଖି ୩ ଘଣ୍ଟା ପରେ ମୋହନା ବିଡ଼ିଓ ଲୋକଙ୍କୁ ବୁଝା ଶୁଝା କରିଥିଲେ ଓ ସେମାନଙ୍କ ଦାବୀ ଗୁଡ଼ିକ ରଖିଥିଲେ ଓ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଓହରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026 ପୌରାଞ୍ଚଳର ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର by Proprietor Abhimanyu Maharana October 2, 2026