Home ଓଡ଼ିଶା ମିନି ଟ୍ରକ ଧକ୍କାରେ ଶ୍ରମିକ ଗୁରୁତର, ରାସ୍ତା ଅବରୋଧ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ରେ ଟ୍ରକ ଧକ୍କାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଶ୍ରମିକ ଜଣକ ହେଲେ ଦେଙ୍ଗମା ଗାଁର ଲକ୍ଷ୍ମୀ ଗୌଡ଼ (୪୫) l ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଆଣି ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଅନ୍ୟ ପକ୍ଷରେ କ୍ଷତିପୂରଣ ଦାବୀରେ ଚlନ୍ଦିପୁଟ ରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା l ମିନି ଟ୍ରକ ଡ଼୍ରାଇଭର ପୁରୀ ନିରାକାରପୁର ର ସୁରେନ୍ଦ୍ର ସାମନ୍ତରାୟ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶନିବାର ଚlନ୍ଦିପୁଟ ରେ ସାପ୍ତାହିକ ହାଟ ଥିବାବେକେ ସକାଳ ପ୍ରାୟ ସାଢେ଼ ୭ ଟାରେ ବଜାର ଜନଗହଳି ପୂର୍ଣ୍ଣ ଥିଲା l ଏହି ସମୟରେ ଚlନ୍ଦିପୁଟ ରେ ରହୁଥିବା ଦେଙ୍ଗମା ଗାଁର ଲକ୍ଷ୍ମୀ ଗୌଡ଼ ରାସ୍ତାରେ ଯାଉଥିବା ବେଳେ ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେବା ସହ ଗୋଡ଼ ଉପରେ ଚକା ଚଢ଼ି ଯାଇଥିଲା l ଫଳରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରlଯାଇଥିଲା l ଏହି ଘଟଣା ପରେ ଚlନ୍ଦିପୁଟ ରେ ଉତ୍ତେଜନା ଦେଖା ଦେଇଥିଲା l କ୍ଷତିପୂରଣ ଦାବିରେ ଚlନ୍ଦିପୁଟ ରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ l ଫଳରେ ମୋହନା ରୁ ପାରଳାଖେମୁଣ୍ଡି ଯାତାୟାତ ଠପ୍ ହୋଇଯାଇଥିଲା l ପୁଲିସ ବୁଝାସୁଝା ପରେ ସକାଳ ୧୦ ଟାରେ ରାସ୍ତା ଅବରୋଧ ହଟିଥିଲା l Categories: ଓଡ଼ିଶା, ଗଜପତି, ହୋମ୍ Related Content ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026 ପୌରାଞ୍ଚଳର ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର by Proprietor Abhimanyu Maharana October 2, 2026