Home ଓଡ଼ିଶା ଭୂତ କୋଠୀ ପାଲଟିଛି ମହେନ୍ଦ୍ରଗଡ ରେଶମ ସୂତା କଟା ଓ ବଳା କେନ୍ଦ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରେ ନାହିଁ କୌଣସି ଶିଳ୍ପ କେନ୍ଦ୍ର l ଫଳରେ କାମ ନପାଇ ଲୋକେ ପରିବାର ଚଳାଇବା ପାଇଁ କୁଲି ମଜୁରି କାମ କରିବା ସହ ବାହାର ରାଜ୍ୟକୁ ଦାଦବ ଖଟିବାକୁ ଯାଉଛନ୍ତି l ତେବେ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ଲୋକଙ୍କୁ କାମ ଯୋଗାଇବା ପାଇଁ ଗଜପତି ଜିଲ୍ଲା ମହେନ୍ଦ୍ରଗଡ ରେ ୧୯୯୩ ମସିହାରେ ତତ୍କାଳୀନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦଘାଟନ କରିଥିଲେ ରେଶମ ସୂତା କଟା ଓ ବଳା କେନ୍ଦ୍ର l ଏହି କେନ୍ଦ୍ର ସହ ଅଞ୍ଚଳର ପ୍ରାୟ ୫ ଶହ ରୁ ଉର୍ଦ୍ଧ ଚାଷୀ ଜଡ଼ିତ ହେବାସହ ପ୍ରାୟ ୪ ଶହ ରୁ ଅଧିକ ମହିଳା ରୋଜଗାର ପାଉଥିଲେ l ଏଥିପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ପ୍ରକାର ସରଞ୍ଜାମ ମଧ୍ଯ ରଖାଯାଇଥିଲା l ଏହି କେନ୍ଦ୍ରରେ କୁଶପଲି, ମହେନ୍ଦ୍ରଗଡ଼, ମକାପଦl, ସୁଗୁବା, କାକିଲି, ଛେଳିଗଡ, ତିଳିଗାଁ, ରଣlଲଇ , ଲବlରସିଂ, ରାୟପୁର ଆଦି ବିଭିନ୍ନ ଗାଁର ମହିଳା ମାନେ କାମ କରୁଥିଲେ l ଗୋଟିଏ ଘରେ ରେଶମ ପୋକ ଗୁଡ଼ିକୁ ଭାଡ଼ି ଭଳି ସଜାଇ ରଖାଯିବା ସହ ପୋକ ଗୁଡ଼ିକ ଖାଇବା ପାଇଁ ତୁତ ଗଛର ପତ୍ର ଦିଆଯାଇଥାଏ l ଏହି ତୁତ ଚାଷ ସହ ରେଶମ ପୋକ ପାଳନ କରି ବେଶ ଲାଭବାନ ହେଉଥିଲେ ଚାଷୀ l ରେଶମ ପୋକ ଗୁଡ଼ିକ ରେଶମ ସୂତା ଗୁଳା ବାନ୍ଧିବା ପରେ ସେଗୁଡିକୁ ବୋଏଲିଂ କରାଯାଇ ସେଥିରୁ ସୂତା କାଟି ବଳା କରିଥାନ୍ତି ମହିଳା ମାନେ l ପ୍ରତିଦିନ ମହିଳା ମାନେ ଦୁଇ ରୁ ୩ କିଲୋ ସୂତା କରୁଥିଲେ l ଏଭଳି ଭାବେ ୧୯୯୩ ରୁ ମହିଳା ମାନେ ଏହି କେନ୍ଦ୍ରରେ କାମ କରି ମାସକୁ ୧୫ ଶହ ରୁ ୧୮ ଶହ ଟଙ୍କା ରୋଜଗାର କରୁଥିଲେ l ହେଲେ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି କେନ୍ଦ୍ର ପ୍ରାୟ ୨୦ ବର୍ଷ ହେଲା ବନ୍ଦ ହୋଇ ଯାଇଛି ବୋଲି କହିଛନ୍ତି ମହିଳା ମାନେ l ୨୦ ବର୍ଷ ହେଲା ଏହି କେନ୍ଦ୍ର ବନ୍ଦ ହୋଇଯିବା ଯୋଗୁଁ ମହିଳା ମାନେ ରୋଜଗାର ହରାଇଲେ l ଯଦି ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ର ଚାଲିଥାନ୍ତା ତେବେ ସେମାନେ ମାସକୁ ଅତି କମରେ ୧୦ ହଜାର ଟଙ୍କା ରୋଜଗାର କରିଥାନ୍ତେ ବୋଲି କହିଛନ୍ତି ପୂର୍ବରୁ କାମ କରିଥିବା ମହିଳା ମାନେ l କୋଟି କୋଟି ଟଙ୍କାର ମେସିନ ସବୁ ଏବେ ଖତ ଖାଉଥିବା ବେଳେ ଏହି ଶିଳ୍ପ କେନ୍ଦ୍ର ଭୂତ କୋଠୀ ପାଲଟିଛି l ମହିଳା ଏବେ କୁଲି ମଜୁରି କରି ପରିବାର ଚଳାଉଥିବା କହିଛନ୍ତି l ଯଦି ବର୍ତ୍ତମାନ ସରକାର ଏହି କେନ୍ଦ୍ରକୁ ପୁଣି ଆରମ୍ଭ କଲେ ସେମାନେ ରୋଜଗାର ପାଇଥାନ୍ତେ ବୋଲି କହିଛନ୍ତି ସ୍ଥାନୀୟ ମହିଳା l ଏହି କେନ୍ଦ୍ର ଆରମ୍ଭ ବେଳେ ମାତ୍ର ୧୦ ଟଙ୍କା ରେ ୱାଚ ମ୍ୟାନ ତାୟିତ୍ୱରେ ଥିଲେ ବୋଲି କହିଛନ୍ତି କୁଶପଲି ଗାଁର ନାରାୟଣ ରଇତ l ଅନ୍ୟ ପକ୍ଷରେ ଏବେ କେବଳ କିଛି ଚାଷୀ ତୁତ ଚାଷ କରିବା ସହ ରେଶମ ପୋକ ପାଳନ କରି ଏହି କେନ୍ଦ୍ରକୁ ପ୍ରଦାନ କରୁଛନ୍ତି l ରେଶମ ପୋକ ଦ୍ଵାରା ପ୍ରସ୍ତୁତ ରେଶମ କୋଷା କୁ ବୋଏଲିଂ ପାଇଁ ବିଶାଖାପାଟଣା ପଠାଯାଉଥିବା କହିଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ ନିରଞ୍ଜନ ଭୂୟାଁ l ତେଣୁ ସରକାର ତୁରନ୍ତ ଏହି କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । Categories: ଓଡ଼ିଶା, ଗଜପତି, ହୋମ୍ Related Content ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026 ପୌରାଞ୍ଚଳର ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର by Proprietor Abhimanyu Maharana October 2, 2026