Home ଓଡ଼ିଶା ୭୮ ତମ ସଂସ୍କୃତି ଚର୍ଚ୍ଚା ସମାରୋହ – ଓଡ଼ିଶା ରାଜ୍ୟ ଅଭିଲେଖାଗାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଷୟ- ଦକ୍ଷତା ବିକାଶ : ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା ଭୁବନେଶ୍ୱର ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୮ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ, ପୂର୍ବତନ ଭାରତୀୟ ରାଜସ୍ୱ ସେବା ଅଧିକାରୀ, ଲାଇଭ୍ଲିହୁଡ଼ ଅଲଟରନେଟିଭ ତଥା ପେସ ଫାଉଣ୍ଡେସନ । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ କହିଥିଲେ ଓଡ଼ିଶା ପ୍ରାକୃତିକ ସମ୍ବଳ ଠାରୁ ଆରମ୍ଭକରି ମାନବ ସମ୍ବଳ ପର୍ଯ୍ୟନ୍ତ ସମୃଦ୍ଧ କିନ୍ତୁ କାହିଁକି ଆମକୁ ଆଜି ପରିଚୟ ମିଳିନି ତାହା ସମୀକ୍ଷାର ବିଷୟ । ଓଡ଼ିଶାର ଅର୍ଥନୀତି ଆଜି ଭାରତର ୧୪ତମ ସ୍ଥାନରେ । ଆମକୁ ଆମର ଖଣିଜ ସମ୍ପଦ, ଶିକ୍ଷା ବ୍ୟବସ୍ଥା, କୃଷି, ସ୍ୱାସ୍ଥ୍ୟ, ମାଇଗ୍ରେସନ ସମସ୍ୟା ଆଦିର ତର୍ଜମା କରିବା ଆବଶ୍ୟକ । ଅନ୍ୟରାଜ୍ୟ ମାନେ ନୂତନ ଜ୍ଞାନ କୌଶଳ ଆପଣାଇ ନିଜର ଦକ୍ଷତା ବୃଦ୍ଧି କରିବା ସହ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର କୋଣାର୍କ ସୂର୍ଯ୍ୟମନ୍ଦିର ଭାରତର ପର୍ଯ୍ୟଟନ କ୍ଷେତ୍ରରେ ତୃତୀୟ ସ୍ଥାନ ଅଧିକାର କରିଅଛି । ଏହି ପର୍ଯ୍ୟଟନ କ୍ଷେତ୍ରକୁ କିଭଳି ବିଦେଶରୁ ବହୁ ପର୍ଯ୍ୟଟକ ଅ।।ସିବେ ସେଥି ନିମନ୍ତେ ପ୍ରୟାସ ହେବା ଆବଶ୍ୟକ । ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଶିଳ୍ପୀ, ଶ୍ରମିକ, କାରିଗର କିପରି ବାହାରେ ଦକ୍ଷତାର ସହ କାର୍ଯ୍ୟ କରିପାରିବେ ସେ ବିଷୟରେ ସଚେତନ ହେବା ଆବଶ୍ୟକ । ଆମେ ସମସ୍ତେ ଧର୍ମପଦ ଓ ଆମେ ସମସ୍ତେ କୋଣାର୍କ କରିପାରିବୁ । ସମ୍ପାନର ଅତିଥି ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ବହୁତ ଶିକ୍ଷଣୀୟ ଏବଂ ଆଦୃତ ହେବ । ଆମର ଲକ୍ଷଲକ୍ଷ ଓଡ଼ିଆ ଭାଇମାନେ ଯେଉଁମାନେ ବାହାରେ ରହୁଛନ୍ତି ତାଙ୍କ ପାଇଁ ଏହି ଓଡ଼ିଆ ଅସ୍ମିତା ଶବ୍ଦ ବୁଝିବା ସହଜ । ଆମର ଅର୍ଥନୀତିକୁ ବିକାଶ କରିବାକୁ ହେଲେ ନିଜର ଦକ୍ଷତାକୁ ସୃଦୃଢ଼ କରିବାକୁ ହେବ ଏହା ଆମର ଓଡ଼ିଆ ଅସ୍ମିତା ଏବଂ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ସମ୍ପାନର ଅନ୍ୟତମ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ.ବିଜୟ କେତନ ଉପାଧ୍ୟାୟ କହିଥିଲେ ଆଜିର ସଂସ୍କୃତି ଚର୍ଚ୍ଚାଟି ଅନ୍ୟ ସଂସ୍କୃତି ଚର୍ଚ୍ଚାଠାରୁ ସମ୍ପୁର୍ଣ୍ଣ ଭିନ୍ନ ସାଧାରଣତଃ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସାଂସ୍କୃତି ପରମ୍ପରା, କଳା, ସଂସ୍କୃତି, ଐତିହ୍ୟ, ଧର୍ମ, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଚଳଚିତ୍ର, ଭାସ୍କର୍ଯ୍ୟ ଏବଂ ଲୋକକଳା ଉପରେ ଆଲୋଚନା କରାଯାଇଥାଏ ା ଆମର ଓଡ଼ିଆ ପାରମ୍ପରିକ ଜ୍ଞାନ କୌଶଳ, ପାରମ୍ପରିକ କୌଳିକ ବୃତ୍ତି ସହ ନୂତନ ଜ୍ଞାନ କୌଶଳର ସଂଯୋଗକଲେ ଆମ ଓଡ଼ିଆ ଜାତିର ଗୌରବ ଏବଂ ଅସ୍ମିତା ବୃଦ୍ଧି ପାଇବ । ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026