Home ଓଡ଼ିଶା ଡକ୍ଟର ପ୍ରଦୀପ କୁମାର ରାଉତ ଓକାକ୍ (ଙଉଇଉ)ର ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ ନିଯୁକ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ରାଉତ ଓକାକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏକ୍ସଆଇଏମ୍ବିରୁ ଶିକ୍ଷା ଗ୍ରହଣ କରିବା ସହିତ ମ୍ୟାନେଜମେଣ୍ଟରେ ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ତାଙ୍କର ଗବେଷଣା ଗୁଡ଼ିକ ମୁଖ୍ୟତଃ ଇ-ଗଭର୍ଣ୍ଣାନ୍ସ, ନାଗରିକ କେନ୍ଦ୍ରିକ ସେବା ପ୍ରଦାନ, ଜନ ନୀତି ଏବଂ ନେତୃତ୍ୱ ଉପରେ ଗୁରୁତ୍ୱ ଦେଇଥାଏ । ତାଙ୍କର ସୂଚନା ପ୍ରଯୁକ୍ତିବବିଦ୍ୟା ତଥା ଇ-ଗଭର୍ଣ୍ଣାନ୍ସ ସେବା ସମ୍ବନ୍ଧୀୟ ପ୍ରକଳ୍ପ କାର୍ଯ୍ୟାନ୍ୱୟନ କରିିବାରେ ବିଶେଷ ଅଭିଜ୍ଞତା ଅଛି । ଏହା ପୂର୍ବରୁ ସେ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ସର୍ଭିସ ଲିମିଟେଡ଼ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଇ-ଗଭର୍ଣ୍ଣାନ୍ସ ସମ୍ବନ୍ଧୀୟ ପ୍ରକଳ୍ପ ଯଥା ଇ-ରେଜିଷ୍ଟ୍ରେସନ, ଡାଟାଏଣ୍ଟ୍ରି, ଓସ୍ୱାନ, ଓସ୍ୱାସ, ଜନସେବା କେନ୍ଦ୍ର ଇତ୍ୟାଦି ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି । ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ତାଙ୍କର ଅଭିଜ୍ଞତା ଓ ନିପୁଣତା ଓଡ଼ିଶାର ଡିଜିଟାଲ ରୂପାନ୍ତରୀକରର ଲକ୍ଷ୍ୟକୁ ସୁଦୃଢ କରିବାରେ ସହାୟକ ହେବ । ତାଙ୍କ ନିଯୁକ୍ତିରେ ଓକାକ୍ର ସମସ୍ତ ଅଧିକାରୀ ଏବଂ କର୍ମକର୍ତ୍ତା ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026