ଧଣ୍ଡାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷଣୀୟ କେନ୍ଦ୍ର ର ଲୋକାର୍ପଣ ଉତ୍ସବ

୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷଣୀୟ କେନ୍ଦ୍ର ର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ ପରେ ଶିକ୍ଷଣୀୟ ମୂଲ୍ୟ ବୋଧ ର ଅଭିବୃଦ୍ଧି ପାଇଁ ଏଚ ଡି ଏଫ୍ ସି ବ୍ୟାଙ୍କ୍ ଓ ଇଣ୍ଡିଆ ଆମେରିକାନ ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ଅଧା ରେ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଁ ବ୍ଲକ୍ ତଥା ଜିଲ୍ଲା ର ବିଦ୍ୟାଳୟ ପିଲାଙ୍କୁ ଆକୃଷ୍ଟ କରିବା କୁ ଶିକ୍ଷଣୀୟ କେନ୍ଦ୍ର ମାନ ଆରମ୍ଭ ହୋଇଥିବା ବେଳେ ତାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଲୋକ ସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ପ୍ରମୁଖ ଯୋଗଦେଇଥିଲେ । ଉତ୍ସବ ରେ ଏଚ ଡି ଏଫ୍ ସି ଓ ଆଇ ଏ ଏଫ୍ ର କର୍ମ କର୍ତ୍ତା, ଦଳୀୟ କର୍ମୀ, ଛାତ୍ରୀ ଛାତ୍ର, ଅଭିଭାବକ ଉପସ୍ଥିତ ଥିଲେ ।

Exit mobile version