Home ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଗୋପ ବ୍ଲକ ରେ ଉଦଘାଟନ : ମଧୁବାବୁ ପେନସନ ସହିତ ଭିନ୍ନକ୍ଷମାନଙ୍କୁ ଉପକରଣ ବଣ୍ଟନ – କାର୍ଯ୍ୟକ୍ରମ ପୂର୍ବରୁ ଅଧକ୍ଷା ଓ ଉପାଧକ୍ଷା ଙ୍କ ମଧ୍ୟରେ ବଚସା ଓ ଫଳକ କୁ ନେଇ ରାଜନୀତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମଧୁବାବୁ ପେନସନ ସହିତ ଭିନ୍ନକ୍ଷମାନଙ୍କୁ ଉପକରଣ ବଣ୍ଟନରେ ଫଳକ ରାଜନୀତି ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ନିମାପଡା ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ଗୋପ ବ୍ଲକରେ କାର୍ଯ୍ୟକ୍ରମ ଥିଲା । ଶ୍ରୀମତୀ ପରିଡ଼ାଙ୍କ ଗ୍ରସ୍ତ ପୂର୍ବରୁ ଫଳକ ରାଜନୀତିର ହାଇ ଭୋଲ୍ଟେଜ ଡ୍ରାମା ଗୋପ ବ୍ଲକ ପରିସରରେ ଖୁବ ଜମିଥିଲ। ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମଧ୍ୟରେ ତୁ ତୁ ମେଁ ମେଁ ଉପସ୍ଥିତ ସମର୍ଥକ ଙ୍କ ପାଇଁ ରାଜନୀତିର ବେଶ ଖୋରାକ ଯୋଗାଇଥିଲା । ସ୍ମରଣ ଥାଉକି ଏ ଫଳକ ରାଜନୀତି ଟି ବହୁ ପୁରୁଣା । ପୂର୍ବ ସରକାର ଠୁ ବର୍ତ୍ତମାନ ସରକାର ପର୍ଯ୍ୟନ୍ତ ଫଳକ ରାଜନୀତି ଗୋପ ବ୍ଲକର ପିଛା ଛାଡୁନି।ବେଶ କିଛି ସମୟ ହଟ୍ଟଗୋଳ ଓ ଆରୋପ ପ୍ରତ୍ୟାରୋପ ପରେ ଉପମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବ୍ଲକ ପରିସରରେ ଏକ ଭିଡିଓ କନଫରେନ୍ସ ହଲର ଉଦ୍ଘାଟନ ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ନୂତନ ଭତ୍ତା ବଣ୍ଟନ ତଥା ଭିନ୍ନକ୍ଷମ ମାନଙ୍କୁ ଉପକରଣ ମାନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ 265 ଜଣଙ୍କୁ ଭତ୍ତା ଦିଆଯାଇଥିବା ସ୍ଥଳେ ବାକି ଥିବା ବ୍ୟକ୍ତି ପଞ୍ଚାୟତ ପି ଇ ଓ ଙ୍କ ଠାରୁ ନେବାକୁ ଶ୍ରୀମତୀ ପରିଡ଼ା କହିଥିଲେ । ତତସହିତ ପାଞ୍ଚ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ହୁୱିଲ ଚେୟାର ,ଦୁଇ ଜଣଙ୍କୁ ଆଶାବାଡ଼ି ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ପରେ ଗୋପ ନିଗମାନନ୍ଦ ସରକାରୀ ହାଇ ସ୍କୁଲର ଭିର୍ଣ୍ଣ ଭିର୍ଣ୍ଣ ବିଭାଗରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଫଳକ ରାଜନୀତି ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ପରିଡ଼ା କହିଥିଲେ କି ବିଜେପି ସରକାର ହେଉଛି ଉତ୍ତରଦାୟୀ ସରକାର ଠିକ୍ ଲୋକଙ୍କ ପାଖେ ଠିକି ଜିନିଷ ପହଞ୍ଚିବା ପାଇଁ ସମସ୍ତ ଚେଷ୍ଟା ଓ ପ୍ରଯତ୍ନ କରାଯିବ କହି ଫଳକ ରାଜନୀତିର ପ୍ରଶ୍ନକୁ ଏଡାଇ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ଗୋପ ବ୍ଲକ ଅଧ୍ୟକ୍ଷା ଝୂନୁ ମଲ୍ଲିକ, ଉପାଧ୍ୟକ୍ଷ ବାନରଞ୍ଜମ ପଟ୍ଟନାୟକ, ବି ଡି ଓ ଛବିରାଣୀ ସାହୁ, ଏ ବି ଡି ଓ ଦୀପକ କୁମାର ଜେନାଙ୍କ ସମେତ ଗୋପ ବ୍ଲକର ସମସ୍ତ ସରପଞ୍ଚ ,ସମିତିସଭ୍ୟ ଆଦି ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026