Home ଓଡ଼ିଶା ଆସନ୍ତା ବାଙ୍କୀ ମହୋତ୍ସବ-୨୦୨୪କୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନିକ ପ୍ରସ୍ତୁିତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆସନ୍ତା ବାଙ୍କୀ ମହୋତ୍ସବ-୨୦୨୪କୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ଆଜି ଡମପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ବାଙ୍କୀ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବାଙ୍କୀ ମହୋତ୍ସବ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ମହୋତ୍ସବ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ବାଙ୍କୀ କଚେରୀ ପଡିଆ ଠାରେ ଆସନ୍ତା ଅକ୍ଟୋବର ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ମହୋତ୍ସବ କାର୍ଯ୍ୟକ୍ରମ ଚାଲିବ । ଏହି ମହୋତ୍ସବ ଦୀର୍ଘ ୨୪ବର୍ଷ ହେଲା ସୂଚାରୁ ରୂପେ ପରିଚାଳିତ ହୋଇ ଆସୁଛି । ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । ମହୋତ୍ସବ ମଣ୍ଡପରେ ସ୍ଥାୟୀ ବିଦ୍ୟୁତ୍ ଯୋଗାଣ ପାଇଁ ଗୋଟିଏ ୨୫୦କିଲୋ ୱାଟ୍ର ବିଦ୍ୟୁତ ଟ୍ରାନ୍ସଫର୍ମର ଅସ୍ଥାୟୀ ଭାବରେ ସ୍ଥାପନ କରାଯିବ, ଅଗ୍ନିନିର୍ବାପକ ଯନ୍ତ୍ର ସ୍ଥାପନ କରି ମହୋତ୍ସବ ମଣ୍ଡପକୁ ବିପଦମୁକ୍ତ କରାଯିବା, ମହୋତ୍ସବ ମଣ୍ଡପରେ ଦମକଳ ବାହିନୀ ଗାଡି ପ୍ରସ୍ତୁତ ହୋଇ ରହିବା, ୨୪ଘଣ୍ଟିଆ ପାନୀୟ ଜଳଯୋଗାଣ, ଯାନବାହନ ନିୟନ୍ତ୍ରଣ, ,ଭିଡ ନିୟନ୍ତ୍ରଣ, ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ଭ୍ରାମ୍ୟମାଣ ପୋଲିସ୍ ବ୍ୟବସ୍ଥା , ବସ୍ ମାଲିକ ସଂଘ ସଭ୍ୟମାନେ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ବସ୍ ରହଣି ସ୍ଥାନ ନିରୂପଣ କରାଯିବା , କଟକ ଆଡୁ ଆସୁିଥିବା ସମସ୍ତ ଯାନବାହନ ବି.କେ.ବିଦ୍ୟାପୀଠ , ଖୋର୍ଦ୍ଧା ଆଡୁ ଆସୁଥିବା ଯାନବାହାନ ଦୁର୍ଗା ଟକିଜ୍ ଠାରେ , ବୈଦ୍ୟେଶ୍ୱର କଳାପଥର ଠାରୁ ଆସୁଥିବା ଯାନବାହାନ ଗୁଡିକ ବାଙ୍କୀ ଆର.ଏମ୍.ସି ଠାରେ ଗାଡିର ପାର୍କିଙ୍ଗ୍ର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଅଂଶୁପା , ଜାତମୁଣ୍ଡିଆ ବ୍ରିଜ୍ ପାଶ୍ୱର୍ରେ ଆଲୋକିକରଣ କରାଯିବା, କୁରୁମ ଚଇନ୍ ବୈଦ୍ୟେଶ୍ୱର ରାସ୍ତା ମରାମତି, ଆମ୍ବୁଲାନ୍ସ ଯାତାୟତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରାଯାଇଛି । ବାଙ୍କୀ କଲେଜଏନ୍.ଏସ.ଏସ୍ ଓ ଏନ୍.ସି.ସି କ୍ୟାଡେଟ୍ମାନଙ୍କୁ ଆଇନ୍ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ କରିବା ପାଇଁ କଲେଜ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀମାନେ ପ୍ରତ୍ୟେକ ଦିନ ମହୋତ୍ସବ ସମୟରେ ସକାଳୁ ମହୋତ୍ସବ ପଡିଆକୁ ସଫାସୁତରା କରିବାକୁ ଅନୁରୋଧ କରାଯାଇଛି । ମହୋତ୍ସବ ୫ଦିନ ସରକାରୀ କାର୍ଯ୍ୟାଳୟମାନଙ୍କରେ ଲିଚୁ ଲାଇଟ୍ ଦ୍ୱାରା ଆଲୋକିକରଣ କରାଯାଇ ସୁସଜ୍ଜିତ କରାଯିବ । ବାଙ୍କୀ ସହରରେ ବିଭିନ୍ନ ପୂଜାକମିଟିର ମେଢ଼କୁ ପୂଜା କମିଟି ଦ୍ୱାରା ବଛାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମେଢ଼ଗୁଡିକୁ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମହୋତ୍ସବ ପଡିଆରେ ଜରୁରୀକାଳୀନ ଚିକିତ୍ସା ପାଇଁ ଅସ୍ଥାୟୀ ପ୍ରାଥମିକ ଚିକିତ୍ସାଳୟ ଖୋଲିବା ଏବଂ ଅସ୍ଥାୟୀ ଶୌଚାଳୟ ସ୍ଥାପନ କରାଯିବା ସହ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତପୁକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଙ୍କୀ ଉପଖଣ୍ଡର ବିଭିନ୍ନ ବିଭାଗ ପକ୍ଷରୁ ମହୋତ୍ସବ ପଡିଆରେ ଷ୍ଟଲ୍ ଖୋଲା ଯିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି । ଚକାପଦା ଠାରୁ ସୁନାଦେଈ ମୁଣ୍ଡିଆ ପର୍ଯ୍ୟନ୍ତ ମହାନଦୀ ବନ୍ଧକୁ ପରିସ୍କାର ପରିଚ୍ଛନତା କରାଯାଇ ବାଇପାସ ରୋଡ୍ ଭାବରେ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଆଜିର ଏହି ବୈଠକକୁ ପରିଚାଳନା କରିବା ସହିତ ବାଙ୍କୀ ମହୋତ୍ସବରପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ କହିଲେ ଏହି ମହୋତ୍ସବ ବାଙ୍କୀ ଜନସାଧାରଣଙ୍କ ମହୋତ୍ସବ, ତେଣୁ ସମସ୍ତ ବାଙ୍କୀବାସୀ ଏହାକୁ ସହଯୋଗକରି କିପରି ସରସ ସୁନ୍ଦର ହୋଇପାରବ ସମସ୍ତ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ । ବାଙ୍କୀ ବିଧାୟକ ତଥା ମହୋତ୍ସବ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦ୍ବୋଧନ ଦେଇ ବାଙ୍କୀ ମହୋତ୍ସବ ସଫଳତା ପାଇଁ ବାଙ୍କୀର ଜନସାଧାରଣ ଓ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ତହସିଲଦାର ଅଶେଷ କୁମାର ନାୟକ, ଉପଖଣ୍ଡ ପୋଲିସ୍ ଅଧିକାରୀ ବିଜୟ କୁମାର ମହାପାତ୍ର, ବାଙ୍କୀ ଥାନା ଅଧିକାରୀ ଶିବ ଚରଣ ବେହେରା, ନଗରପାଳ ମାଣିକ ସାହୁ ପ୍ରମୁଖ ଯୋଗଦେଇ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର, ଆଶିଷ କୁମାର ସାହୁ, ବାଙ୍କୀ ମହୋତ୍ସବ ସ୍ମରଣିକା ସଂପାଦକ କୌଶିକ ନାୟକ, ପୂର୍ବତନ କଲେଜ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ସୌମ୍ୟରଞ୍ଜନ ମହାପାତ୍ର, ଉପନଗରପାଳ ସନ୍ତୋଷ କୁମାର ରଣା, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଉପସଭାପତି ସନାତନ ବେହେରା, ସୌମେନ୍ଦ୍ର ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ କର୍ମଚାରୀ କାଳୀଚରଣ ତ୍ରିପାଠୀ, କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ରଙ୍କ ସମେତ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡର ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ଉପସ୍ଥିତ ରହି ମହୋତ୍ସବକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026 ପୁରୀ ଆଇନ ସଚେତନତା ଶିବିର by Proprietor Abhimanyu Maharana September 23, 2026 ଆସନ୍ତାକାଲି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି : ୬ ଘଣ୍ଟା ଦର୍ଶନ ବନ୍ଦ by Proprietor Abhimanyu Maharana September 22, 2026 ବାଲିଗୁଡା ଆଦିବାସି ମହାବିଦ୍ୟାଳୟରେ ଏ.ଡ୍.ସ୍. ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 22, 2026