୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କଟକ ଶାନ୍ତି ମେମୋରିଆଲ ହସ୍ପିଟାଲରେ ସେପ୍େଟମ୍ବର ୨୮ ଓ ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ୨୮ ତାରିଖରେ ହସ୍ପିଟାଲ ପରିସରରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପରାମର୍ଶଦାତା ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠୀ ଏବଂ ମେଡିସିନ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗନ୍ଧର୍ବ ରାୟ ଧୂମପାନ ଛାଡିବା, ନିୟମିତ ବ୍ୟାୟାମ, ସୁସ୍ଥ ଖାଇବା ଏବଂ ମାନସିକ ଚାପ ପରିଚାଳନା ଭଳି ବିପଦଜନକ କାରଣଗୁଡ଼ିକର ପରିଚାଳନାର ଗୁରୁତ୍ୱ ବିଷୟରେ କହିଥିଲେ ।
