୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ନନ୍ଦପୁର ସ୍ଥିତ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣାଙ୍କ ସଭାପତିତ୍ବରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ମାନେ ଯୋଗ ଦେଇ ସାଧାରଣ ନିର୍ବାଚନରେ ଦଳର ପରାଜୟ ଉପରେ ସମୀକ୍ଷା କରିବା ସହ ଆଗାମୀ ଦିନରେ ଦଳକୁ ସୁସଙ୍ଗଠିତ କରିବା ପାଇଁ ମତ ଦେଇ ଥିଲେ ।

ଭାରତୀୟ ଜନତା ପାର୍ଟି ମିଥ୍ଯା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲେ । ବାର୍ଧକ୍ୟ ମାନକୁଂ ମାସିକ ତିନି ହଜାର, ମାସିକ ୩୦୦ ଯୁନିଟ ବିଦ୍ୟୁତ ଫ୍ରି , ମଦ ମୁକ୍ତ ଓଡ଼ିଶା , ଛାତ୍ର ସଂସଦ ନିର୍ବାଚନ ଆଦି ପ୍ରତିଶ୍ରୁତିକୁ ଭୁଲି ବର୍ତ୍ତମାନ ବିଜେଡିର କର୍ମୀମାନଙ୍କୁ ବ୍ଲକ ଓ ଥାନା ସ୍ତରରେ ବହୁତ ହଇରାଣ କରାଯାଉଛି । ବ୍ଲକରେ ସାଂସଦ ଓ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ଯର ବିଲ ଠିକ ସମୟରେ ପୈଠ କରାଯାଉ ନାହିଁ। ବିଲ ପାସ ପାଇଁ ପିସି ଆଦାୟ କରାଯାଉଥିବା ଅଭିଯୋଗ କରିଥିଲେ ।
ଯଦି ବ୍ଲକ କିମ୍ବା ପୋଲିସ ପ୍ରଶାସନ ନିରପକ୍ଷତା ଅବଲମ୍ବନ ନ କରେ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବା ବୋଲି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମତ ଦେଇଥିଲେ । ପ୍ରତ୍ୟେକ କର୍ମକର୍ତା ପରସ୍ପରକୁ ଶାରଦୀୟ ଅଭିନନ୍ଦନ ଜଣାଇବା ସହ ଦଳର ସଂଗଠନକୁ ଆଗେଇ ନେବା ପାଇଁ ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ କର୍ମକର୍ତାଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ପ୍ରଧାନ, ସରପଞ୍ଚ ଆକାଶ ପ୍ରଧାନ, ଚିତ୍ତରଂଜନ ସାମନ୍ତରାୟ ,ଚିନ୍ମୟ ପଟ୍ଟନାୟକ ,ଯଦୁ ପ୍ରଧାନ ,ଅଜୟ ରାଉଳ ,ରମେଶ ପାଢି , ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ସହ ଦୁଇଶହରୁ ଉର୍ଦ୍ଧ୍ବ କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ ମିକୁନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
