୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ପଦ୍ମପୁର ବ୍ଲକ୍ ଅନ୍ତର୍ଗତଃ ଜଗମୁଣ୍ଡା ପାହାଡ ଉପରେ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲା ଉପଦେଷ୍ଟା ତ୍ରୀପତି ଗମାଙ୍ଗ କେନ୍ଦ୍ର ଓ ପାର୍ବତୀ ଶବର ରାଜ୍ୟ ସରକାରଙ୍କୁ ଶ୍ରମିକ ମାରଣା ନୀତିକୁ ସମାଲୋଚନା କରିବା ସହ ପାଚିକା ଓ ସହାୟିକା ମାନଙ୍କ ସମସ୍ୟା ସମାଧାନ ନ କରି ଶ୍ରମିକ ମାନଙ୍କୁ ଉପହାସ କରୁଛନ୍ତି ବୋଲି କହିଛନ୍ତି। ଏଣୁ ନଭେମ୍ବର ମାସରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ବସିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
