ସୂର୍ଯ୍ୟମନ୍ଦିର ବୁଲିଲେ ଆମେରିକା ରାଷ୍ଟ୍ରଦୂତ

୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରଦୂତ ରବିବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ଜଣାପଡେକି ଓଡ଼ିଶା ଗସ୍ତରେ ଥିବା ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ ଗର୍ସେଟି ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସି ପ୍ରଥମେ ପୁରୀ ବୁଲାବୁଲି କରି ରବିବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।

ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ବୁଲି ଦେଖିବା ସହିତ ସ୍ଥାନୀୟ ଗାଇଡଙ୍କ ଠାରୁ ମନ୍ଦିର ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ । ପରେ ଇଣ୍ଡିଆନ ଅଏଲ ଦ୍ଵାରା ପରିଚାଳିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ଆମେରିକା ରାଷ୍ଟ୍ରଦୂତଙ୍କ  କୋଣାର୍କ ଗ୍ରସ୍ତ ସମୟରେ କୋଣାର୍କ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Exit mobile version