୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ମାଟି ତଳୁ ଗବଗଵ ହୋଇ ଫୁଟୁଥିବା ଗରମ ପାଣି ବାହାରୁଛି, ଫଳରେ ସ୍ଥାନୀୟ ଲୋକେ ଏବେ ଭୟ ଭିତ୍ ହୋଇ ପଡିଛନ୍ତି , ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଜଲାରପୁର ପଞ୍ଚାୟତ ସାରୁହାସାହି ଗ୍ରାମରେ । ପାଣିର ତାପମାତ୍ରା ଏତେ ଯେ ପାଣିରେ ହାତ ବୁଡାଇ ହେଉ ନାହିଁ ,

ଗତ କାଲି ଠାରୁ ଗରମ ପାଣି ବାହାରୁ ଥିଲେ ମଧ୍ଯ ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ କିମ୍ବା ଭୂତତ୍ତ୍ଵ ବିଭାଗର କୌଣସି ଅଧିକାରୀମାନେ ପହଞ୍ଚି ନାହାନ୍ତି , ସେଥି ନେଇ ଗ୍ରାମବାସୀ ମାନେ ଏବେ ଭୟଭିତ ଅବସ୍ଥାରେ ରହିଛନ୍ତି, ଏହି ଘଟଣା ସ୍ଥଳ ନିକଟରେ ଏକ ଏଲେକ୍ଟ୍ରି ଖୁଣ୍ଟ ଏବଂ ପୁରୁଣା ବୋରୀଙ୍ଗି ରହିଛି, ଏହି ଗରମ ପାଣି କାହିଁକି ବାହାରୁଛି ଘଟଣା ସମ୍ପର୍କରେ କେହି କିଛି କହିପାରୁ ନାହାଁନ୍ତି ।
