ସମସ୍ତ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା ପାଇଁ ପରାମର୍ଶ
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସୁରକ୍ଷା କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ବିଭାଗ ସହିତ ସୁସମନ୍ୱୟର ଆବଶ୍ୟକତା ରହିଛି । ଏହାର ସଫଳ କାର୍ଯ୍ୟକାରିତା ପାଇଁ ତ୍ରୟ ମାସିକ ବୈଠକ ଆୟୋଜନ କରିବା ଉଚିତ ବୋଲି ଆଜି ସ୍ଥାନୀୟ କନଭେନସନ ହଲରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଏହି ତ୍ରୟ ମାସିକ ବୈଠକରେ ଜିଲ୍ଲାପାଳ ଏବଂ ଏସପିଙ୍କ ସମେତ ବିଡ଼ିଓ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀଙ୍କୁ ସାମିଲ କରାଗଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀଗଣ ବୈଠକରେ ମତବ୍ୟକ୍ତ କରିଥିଲେ ।
