Home ଓଡ଼ିଶା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମହିଳାଙ୍କ ସହ ପୁରୁଷଙ୍କୁ ବି ଲିଙ୍ଗଗତ ସଚେତନତାର ଆବଶ୍ୟକତା ୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ତା-28.09.2024 ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ଦ୍ଵିତୀୟ ଦିବସରେ ମହିଳା ସୁରକ୍ଷାରେ ବହୁ ବିଭାଗର ଏକକ ସମନ୍ଵୟ ଉପରେ ସ୍ଵତନ୍ତ୍ର ଅଧିବେଶନରେ ଆଲୋଚନା ହୋଇଥିଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ଆଲୋଚନାରେ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲା, ଅରକ୍ଷୀ ମହାନିରୀକ୍ଷକ ସାଇନି ଏସ, ମହିଳା ଶିଶୁ ବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଅଂଶଗ୍ରହଣ କରିଥିଲେ l ଆରକ୍ଷୀ ମହାନିରୀକ୍ଷକ ସାଇନି ଏସ ଓଡ଼ିଶାର ମହିଳା ସୁରକ୍ଷାରେ ପୋଲିସର ଭୂମିକା ବିଷୟରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ l ଏଥିରେ ଦର୍ଶାଯାଇଥିଲା ଯେ ଓଡ଼ିଶାର ବହୁ ମହିଳା ବିରୋଧୀ ହିଂସା ସେମାନଙ୍କ ନିଜ ସମ୍ପର୍କୀୟ ଲୋକଙ୍କ ଦ୍ୱାରା ହିଁ ହୋଇଥାଏ l ପ୍ରତିଟି ଥାନାର ଦକ୍ଷତା ବିକାଶ ସହ ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର ଦେଖାଇ ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ମହିଳା ଶିଶୁ ବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ମହିଳା ସୁରକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ହେଲ୍ପ ଲାଇନ ନମ୍ବର -୧୮୧, ୱାନ୍ ଷ୍ଟପ ସେଣ୍ଟର, ଶକ୍ତି ସଦନ, ସଖୀ ନିବାସ ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନକୁ ରୋକିବା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସକ୍ରିୟ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ l ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ମହିଳା ସୁରକ୍ଷାରେ ଓଡ଼ିଶା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ l କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ତୃଣମୂଳ ସ୍ତରର ହେଉଥିବା ବିଭନ୍ନ ଅପରାଧର ମାସିକ ତାଲିକା ପ୍ରସ୍ତୁତ ହୋଇ ବିଭିନ୍ନ ସ୍ତରରେ ବିଶ୍ଳେଷଣ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ l ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଜନଜାତି ବହୁଳ ଅଞ୍ଚଳ ମାନଙ୍କରେ ହେଉଥିବା ମହିଳା ବିରୋଧୀ ଅପରାଧର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ l ଶେଷରେ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲା ମହିଳା ବିରୋଧୀ ହିଂସା ରୋକିବା ପାଇଁ ମହିଳାଙ୍କ ସହ ପୁରୁଷଙ୍କୁ ମଧ୍ୟ ଲିଙ୍ଗଗତ ସଚେତନତା ବିଷୟରେ ଶିକ୍ଷାଦେବାର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026