Home ଓଡ଼ିଶା ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ମିଳିବ କେବେ ? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସରକାର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳା ମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ବହୁ ଗରିବ ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୟନୀୟ ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁ ରେ। ମଗଡ଼ିଙ୍ଗିଆ ଗାଁ କପୁଗୁଡ଼ା ସାହିର ପୁରନ୍ତି ପ୍ରଧାନ ବୟସ ୪୯। ଆଜକୁ ପ୍ରାୟ ସାତ ମାସ ତଳେ ପୁରନ୍ତି ପ୍ରଧାନଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ପ୍ରଧାନ ତିନୋଟି ସନ୍ତାନଙ୍କୁ ପୁରନ୍ତି ପ୍ରଧାନଙ୍କ ଦାୟିତ୍ୱରେ ଛାଡ଼ି ଆରପାରିକୁ ଚାଲିଗଲା। ସ୍ୱାମୀଙ୍କ ମୃତ୍ୟୁ ପରେ ପୁରନ୍ତି ପ୍ରଧାନଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା। ସେ ନିଜେ କେମିତି ବଞ୍ଚିବେ ଓ ତିନି ଜଣଙ୍କୁ କେମିତି ପାଳିବେ ସେ ଚିନ୍ତାରେ ଘାଣ୍ଟି ହୋଇଗଲେଣି । ସରକାର ବିଧବା ମାନଙ୍କୁ ଭତ୍ତା ଦେଉଥିବା ଜାଣି ସାତ ମାସ ହେଲାଣି ବ୍ଲକ ଓ ଜିଲ୍ଲାପାଳ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ହେଲେ ଆଜିଯାଏ ସେ ବିଧବା ଭତ୍ତା ଖଣ୍ଡିକ ପାଇପାରିଲେ ନାହିଁ। ଏପରି କି ପରିବାରର ଚାରି ସଦସ୍ୟ ଅଛନ୍ତି। ଚଳାଚଳରେ ଅସୁବିଧା ହେବାରୁ ଏବେ ସେ ଚାରି ଜଣଙ୍କ ଜଣଙ୍କ ସହିତ ବଣ୍ଡଗୁଡ଼ା ପଞ୍ଚାୟତ ଅଧୀନରେ ଥିବା କପୁଗୁଡ଼ା ସାହିରେ ଥିବା ନିଜ ଘରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଯୋଗେଇ ଦେବାକୁ ସାଧାରଣରେ ଦାବି ହେଉଛି। ଏ ବିଷୟରେ ପଞ୍ଚାୟତ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ପାଇଁ ଅନ୍ଲାଇନ୍ରେ ଆବେଦନ ପତ୍ର ଦିଆହୋଇଛି। ତାଙ୍କର କାଗଜପତ୍ର ସମ୍ପୂର୍ଣ୍ଣ ହେଲେ ଭତ୍ତା ମିଳିଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ପୁରନ୍ତି ପ୍ରଧାନଙ୍କୁ ଭତ୍ତା ଯୋଗାଇ ଦେବ ଦେଖିବାକୁ ବାକିରହିଲା? Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026