Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଆଜି ଜିଲ୍ଲା କୋର୍ଟ ପକ୍ଷରୁ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ “ଜେମସ ହସପିଟାଲ” ର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରିବନ୍ କାଟି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏହି ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଜିଲ୍ଲା ଦୌରକ୍ଷ ଜଜ ଶ୍ରୀ ରାଉତରାୟ କହିଥିଲେ ଯେ , ଜିଲ୍ଲା କୋର୍ଟର କାର୍ଯ୍ୟରତ ସମସ୍ତଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦେବା ଏଭଳି କାର୍ଯ୍ୟକ୍ରମର ପରିକଳ୍ପନା ।ମୁଖ୍ୟତଃ ଜିଲ୍ଲା କୋର୍ଟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଦୈନିକ ମଜୁରିପ୍ରାପ୍ତ ମାନେ ଅର୍ଥାଭାବରୁ ବଡ଼ ହସପିଟାଲକୁ ଯାଇ ଚିକିତ୍ସିତ ହୋଇ ପାରୁନାହାନ୍ତି , ଅନ୍ୟପକ୍ଷରେ ଏଠାରେ ମଧ୍ୟ ସୁପର ସ୍ପେଶିଆଲିଷ୍ଟ ହସପିଟାଲ ନାହିଁ , ସେଥିପାଇଁ ଏଭଳି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ କରାଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ଯେଉଁ ଗରିବ ଲୋକମାନେ ଆମ ଗହଣରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସେବା ମାଗଣାରେ ଯୋଗାଇ ଦେବା କହି ଆମ ଅନୁରୋଧ ରକ୍ଷା କରି ଜେମସ୍ ହସପିଟାଲର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ମାନେ ଆସି ଏଠାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଯୋଗୁଁ ତାଙ୍କୁ ପ୍ରଶଂସା କରି ସାଧୁବାଦ୍ ଜଣାଇଥିଲେ । ଜିଲ୍ଲା ଦୌରା ଜଜ ଶ୍ରୀ ପ୍ରଣବ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ପରିବାର କୋର୍ଟ ବିଚାରପତି ଧରି ଅଶୋକ କୁମାର ପାହି , ଏଡିଜେ: ଶ୍ରୀ ପ୍ରଦୀପ କୁମାର ସାମଲ , ସିଜେଏମ: ଶ୍ରୀ ନରୋତ୍ତମ ସେଠୀ , ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା , ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ମହିଳା କୋର୍ଟର ସବଜଜ୍ ଶ୍ରୀମତୀ ରଶ୍ମିତା ସାହୁ , ଏସଡିଜେଏମ: ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଜେଏମଏଫସି: ଶ୍ରୀ ଶିବାଶିଷ ପାଣି , ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ଶ୍ରୀ ବିମଳ ରାଉଳ ଏବଂ କାଶୀନଗର ତାଲୁକ ସ୍ତରୀୟ କୋର୍ଟ ଜେଏମଏଫସି: ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖଙ୍କ ସମେତ କୋର୍ଟର କର୍ମଚାରୀ ଓ ଓକିଲ , କାର୍ଯ୍ୟରତ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ , ଦୈନିକ ମଜୁରୀ ପ୍ରାପ୍ତ କର୍ମଚାରୀ ଏବଂ ଜନସାଧାରଣଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଆସି ଚିକିତ୍ସିତ ହୋଇଥିଲେ ।ଏହି ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ ଜେମସ ହସପିଟାଲର ହୃଦରୋଗ ବିଶେଷଜ୍ଞଙ୍କ ସମେତ ସ୍ନାୟୁ ରୋଗ , ପଲମନଲୋଜି , ଚର୍ମ , କାନ ଓ ଗଳା , ଚକ୍ଷୁ , ଅସ୍ଥିଶଲ୍ୟ , ଔଷଧ , ଇସିଜି: ପ୍ରଭୃତି ବିଭାଗର ବିଶେଷଜ୍ଞ ଡାକ୍ତର ଓ ତାଙ୍କ ଟିମ୍ ଆସି ପ୍ରାୟ ୩୦୦ ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ ।ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର ଏକାଉଣ୍ଟାଣ୍ଟ ଶ୍ରୀ କୋରାମଣି ପ୍ରଧାନଙ୍କ ସମେତ ସିରସ୍ତଦାର ଶ୍ରୀ ସତ୍ୟ ନାରାୟଣ ବେହେରା ଏବଂ ନାଜିର ହଟ କିଶୋର ଦଣ୍ଡପାଟ ଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ ରବୀନ୍ଦ୍ର ପରିଡ଼ାଙ୍କ ସମେତ ଶିବ ନାରାୟଣ ସେନାପତି ଏବଂ ରଘୁ ନନ୍ଦନ ଦାସ ଓ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026