ବରୀ ନିର୍ବାଚନ ମଣ୍ଡଳୀ ର ଉନ୍ନତି ମୂଳକ କାର୍ଯ୍ୟ ; ସଫଳତା ର ଶିର୍ଷ ରେ ବିଧାୟିକା ସୁନନ୍ଦା ଦାସ

ଓଡିଶା ତାଜା ନ୍ୟୁଜ୍ (୧ ଅଗଷ୍ଟ ସୋମବାର) ବରୀ :- ଆଜି ମାନ୍ୟବର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାରୀ ପଞ୍ଚାୟତର “ଭାରତ ନିର୍ମାଣ ରାଜୀବ ଗାନ୍ଧୀ ଭବନ ” “ବେଞ୍ଜରାପୁର ମାର୍କେଟ କମ୍ପ୍ଲେକ୍ସ”, ଅଣିକଣା “କୃଷକ ବିଶ୍ରାମ ଗୃହ”ଆଦି ଉଦଘାଟନ କରିଥିଲେ । କୋରନା ମହାମାରୀ ସମୟରେ ମଧ୍ୟ ଜନତା ଙ୍କ ପାଖରେ ଛିଡ଼ା ହୋଇ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇ ସମ୍ପୂର୍ଣ୍ଣ କରୁଥିବାରୁ ସାଧାରଣ ଲୋକଙ୍କ ନିକଟରୁ ଧନ୍ୟବାଦ ଓ ପ୍ରଶଂସା ର ସୁଅ ଛୁଟୁଛି ।

ଏହି ଉଦଘାଟନୀ ଉତ୍ସବରେ ବରୀ ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶିବାନନ୍ଦ ସ୍ବାଇଁ,ବରୀ ବିଜୁ ଜନତା ଦଳର ମାର୍ଗଦର୍ଶକ ତଥା ପୂର୍ବତନ ୨୪ ନଂ ଜୋନ୍ ଜିଲ୍ଲାପରିଷଦ ଶ୍ରୀ ଦେବେନ୍ଦ୍ର ଦାସ, ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ କେଦାର ଚନ୍ଦ୍ର ସାମଲ,୨୨ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସତ୍ୟଭାମା ପଣ୍ଡା,ବିଜେଡି ନେତା ତଥା ୨୧ ନମ୍ବର ଯୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ସାମଲ, ମନ୍ଦାରୀ ସରପଞ୍ଚ ଶ୍ରୀମତୀ କବିତା ପଣ୍ଡା ଙ୍କ ସହ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । (ରିପୋର୍ଟ-ସ୍ବୟଂ ପ୍ରକାଶ ଦାସ)

Exit mobile version