ଶ୍ରୀ ଗଜାନନ  ଙ୍କ ଭସାଣି ଅଘଟଣରେ କଳାକାର ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତି 

୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର  :->  ବିଘ୍ନ ବିନାଶକ ପ୍ରଭୂ ଶ୍ରୀ ଗଣେଷ ଙ୍କ ଭସାଣି ରେ ଅଘଟଣ ଘଟି ଅଘୋରୀ ନୃତ୍ୟ କରୁଥିବା କଳାକାର ପେଟ୍ରୋଲ  ସଂସ୍ପର୍ଶରେ ଆସି ଗୁରୁତର ହେବାର ସୂଚନା ମିଳିଛି ।  ଗୁରୁତର ଅବସ୍ଥାରେ କଳାକାର ଙ୍କୁ ଉଦ୍ଧାର କରାଯାଇ  ସ୍ଥାନୀୟ ଯୁବକଙ୍କ ସହାୟତାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ,ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ରେ।ଗତ କାଲି ରାତିରେ ଚଣ୍ଡେଶ୍ୱର ବଜାରରେ ଚାଲିଥିଲା ପ୍ରଭୂ ଶ୍ରୀ ଗଣେଶଙ୍କ ଭସାଣି ଶୋଭାଯାତ୍ରା । ଏଥିରେ ଡିଜେ ପରିଵର୍ତ୍ତେ ପାରମ୍ପରିକ ନୃତ୍ୟ ଗୀତ ଚାଲିଥିଲା । ପରିବେଷଣ।ଏହି ପାରମ୍ପରିକ ନୃତ୍ୟ ଦଳରେ ସାମିଲ ହୋଇ ନୃତ୍ୟ ପ୍ରଦର୍ଶନ କରୁଥିଲେ ଅଘୋରୀ ନୃତ୍ୟ ଦଳ ।

ପେଟ୍ରୋଲ ରେ ନିଆଁ ଲଗାଇ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଅକସ୍ମାତ ପେଟ୍ରୋଲ ରୁ ନିଆଁ ଲାଗି କଳାକାର ଙ୍କ ମୁହଁ କୁ ନିଆଁ ବ୍ୟାପି ଯାଇଥିଲା । ଫଳରେ କଳାକାରଙ୍କ ମୁହଁ ଓ ଛାତି ରେ ର ଅଧିକାଂଶ ଅଂଶ ପୋଡି ଯାଇଥିଲା । ତେଣୁ ସ୍ଥାନୀୟ ଯୁବକ ମାନେ ଗୁରୁତର ଅବସ୍ଥାରେ କଳାକାରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ହୋଇଥିବା କଳାକାରଙ୍କ ନାମ ରୋହିତ କୁମାର ପାତ୍ର. ୨୨ ବର୍ଷ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନ ପୁର ଗ୍ରାମରେ ବୋଲି ଜଣା ପଡିଛି ।

Exit mobile version