୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା l ଶୁକ୍ରବାର ବିଳମ୍ବିତ ରାତ୍ରରେ ଘରେ ପଶି ଏଏନଏମ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଟିକିଲି ରାଜପୁତ ଙ୍କୁ ବିଳମ୍ବିତ ରାତିରେ ଚାରିରୁ ଉର୍ଦ୍ଧ ମହିଳା ଦଶରୁ ଉର୍ଦ୍ଧ ପୁରୁଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ l ଏଏନଏମ ଙ୍କୁ ଘରୁ ଘୋଷାରି ଆଣି ନିର୍ଧୁମ ଛେଚି ଥିଲେ ଏବଂ ଦେହ ରେ ଚକୁଡି ଥିଲେ l ଏଏନଏମ ଙ୍କ ମୁହଁ, ଛାତି ଓ ମୁଣ୍ଡ ରେ ଆଘାତ ଲାଗିଛି l

