୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଏନ୍ଏସି ପକ୍ଷରୁ ଗତ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚଳିବାକୁ ରହିଥିବା ‘ସ୍ବଚ୍ଛତା ହିଁ ସେବା’-୨୦୨୪ ଅଭିଯାନ ପ୍ରହସନ ରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କ ରାଜ୍ୟ ସହରୀ ମିଶନ ନିର୍ଦ୍ଦେଶକ ଙ୍କ ଚିଠି ଅନୁଯାୟୀ ସହର ରେ ରହିଥିବା ୧୩ ୱାର୍ଡ଼ ରେ ବିଭିନ୍ନ କାର୍ଯ୍ୟକ୍ରମ କରି ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ସମସ୍ତ ଜନପ୍ରତିନିଧି , ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ , ଛାତ୍ରଛାତ୍ରୀ, ଯୁବକ ଓ କର୍ମଚାରୀ ସାମିଲ ନେଇ ସଫେଇ ସହ ସଚେତନତା ରାଲି ସହ ସ୍ଥାନୀୟ କଳାକାରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିୟମ ରହିଥିବା ବେଳେ ଏନଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।
