Home ଓଡ଼ିଶା ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି : ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ହତ୍ୟା ଧମକ, ଥାନାରେ ଏତଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଏହି ଫାଇନାନ୍ସ କମ୍ପାନୀ ଗୁଡିକ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ଅବାଧରେ ଋଣ ପ୍ରଦାନ କରୁଛନ୍ତି। ଆଉ ଋଣ ସଠିକ୍ ସମୟରେ ପରିଶୋଧ ନ କଲେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବାକୁ ପଛାଉନାହାନ୍ତି। ଫଳରେ ଏବେ ଉକ୍ତ ବ୍ଲକ ଅଞ୍ଚଳରୁ ଅନେକ ଆଦିବାସୀ ଲୋକ ଫାଇନାନ୍ସ କମ୍ପାନୀ ଦ୍ୱାରା ନିର୍ଯାତିତ ହେବା ସହ ମାନସିକ ଦୁଶ୍ଚିନ୍ତାରେ ଗାଁ ଛାଡ଼ି କେରଳ, ତାମିଲନାଡୁ ଦାଦନ ଖଟିବାକୁ ଯାଉଛନ୍ତି। ଅନେକ ପରିବାର ଆର୍ଥିକ ପରିସ୍ଥିତି ଭୁଶୁଡ଼ିବାକୁ ଯାଉଛି। ବର୍ତ୍ତମାନ ଏଭଳି ଏକ ଘଟଣା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଘଟିଛି l ଘଟଣାରୁ ପ୍ରକାଶ ଯେ, ଜଣେ ଆଦିବାସୀ ଯୁବକଙ୍କୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ହତ୍ୟା ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି କରିଛନ୍ତି। ଏନେଇ କମ୍ପାନୀ ଦ୍ୱାରା ଧମକ ପାଇ ଶୁକ୍ରବାର ଦାରିଙ୍ଗବାଡ଼ି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉକ୍ତ ଯୁବକ। ସିମନବାଡ଼ିର ଯୁବକ ଅମରେନ୍ଦ୍ର ବଜାର ଉପରେ ଏକ ପନିପରିବା ଦୋକାନ ଖୋଲି ପରିବାର ପ୍ରତିପୋଷଣ ହେଉଛନ୍ତି। ସେ ଅଞ୍ଚଳରେ ମିଳୁଥିବା ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଋଣ କରି ନିଜ ବ୍ୟବସାୟ କରନ୍ତି। ସେ ତାଙ୍କ ସ୍ତ୍ରୀ ଓ ମା’ଙ୍କ ନାମରେ ଋଣ କରିଥିଲେ। ସ୍ତ୍ରୀଙ୍କ ନାମରେ କରିଥିବା ଋଣ ପରିଶୋଧ କରିଥିବାବେଳେ ମା’ଙ୍କ ନାମରେ ଗତ କିଛି ଦିନ ତଳେ ମାସିକିଆ କିସ୍ତି ପରିଶୋଧ କରିପାରିନାହାନ୍ତି। ଏବେ ବର୍ଷା ଯୋଗୁ ବ୍ୟବସାୟ ମାନ୍ଦା ହୋଇପଡ଼ିଛି। ସେ ଅର୍ଥ ପରିଶୋଧ କରି ନ ଥିବାବେଳେ ରାଇକିଆରେ ଥିବା ଏକ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଅମରେନ୍ଦ୍ରଙ୍କୁ ଫୋନ୍ରେ ଜୀବନରେ ମାରିଦେବାକୁ ଧମକ ଦେବା ସହ ତାଙ୍କ ମା’, ଭଉଣୀ ଓ ସ୍ତ୍ରୀଙ୍କୁ ନେଇ ଅନେକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ପୋଲିସ ଗୁରୁତର ନେବା ସହ ଘଟଣା ସତ୍ୟାସତ୍ୟ ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026