୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀ ମାନେ ଦୀର୍ଘ ୬ମାସ ଧରି ପାରିଶ୍ରମିକ ପାଇନାହାଁନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ଜୀବିକା ମିଶନର କର୍ମଚାରୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଅନୁସାରେ ଓଡିଶା ଜୀବିକା ମିଶନ ଗତ ୨୦୧୪ ମସିହା ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଗାଁ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସୂଚାରୁରୂପେ କାର୍ଯ୍ୟ କରୁଛନ୍ତି ଏହି କର୍ମଚାରୀ ।
