୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ବିଶ୍ୱ ପର୍ଯ୍ୟଟନ ଦିବସ। ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମେତ ବସ୍ଷ୍ଟାଣ୍ଡ ଆଦି ଅଞ୍ଚଳକୁ ସଫା କରାଯାଇଛି। ଚାରିଆଡ଼େ ଖାଲି କୁଢ଼କୁଢ଼ ପ୍ଲାଷ୍ଟିକ୍ ଓ କାଚ ବୋତଲ ଦେଖିବାକୁ ମିଳିଥିଲା । ଡୁଲୁରୀ ପାଇନ ବଣରେ ଏଣେ ତେଣେ ସର୍ବାଧିକ ଶହଶହ ସଂଖ୍ୟାରେ ମଦ ବୋତଲ ପଡ଼ିଥିବା ଦେଖି ସଫେଇ କରୁଥିବା ମିଶନ ଶକ୍ତିର ମହିଳା ମାନେ ତାଜୁବ ହୋଇଯାଇଥିଲେ।
