
୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୪ର୍ଥ ଦିନର ୧ମ ମ୍ୟାଚରେ ବାଲେଶ୍ୱର ଓ ଯାଜପୁର ପରସ୍ପରକୁ ୩-୩ ଗୋଲ ଦେଇଥିବାରୁ ମ୍ୟାଚଟି ଡ୍ରୋ ହୋଇଥିଲା I ବାଲେଶ୍ୱର ଦଳର ଫାଗୁରାମ ବେସ୍ରା ୪ ମିନିଟ, ଧନେଶ୍ୱର ସୋରେନ ୧୨ ମିନିଟ ଏବଂ ରୋହିତ ସିଂ ୮୦ ମିନିଟରେ ଗୋଲ ଦେଇଥିବା ବେଳେ ଯାଜପୁର ଦଳର ଭାଦୁ ମୁର୍ମୁ ୧୪ ଓ ୭୮ ମିନିଟ ଏବଂ ପବିତ୍ର ଦାସ ୩୦ ମିନିଟରେ ଗୋଲ ସ୍କୋର କରିଥିଲେ I ଚନ୍ଦ୍ରଶେଖର ଟୁଡୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ I ଶେଖାବତ ଖାନ, ଲକ୍ଷ୍ମଣ ସେଠ, ଶିବ ସାମନ୍ତରାୟ ଓ ବାପୁନ ମହାନ୍ତ ଖେଳ ପରିଚାଳନା କରିଥିଲେ I

