Home ଓଡ଼ିଶା ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦାସ୍ଥିତ ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମିନାର କୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ ।”କୃତ୍ରିମ ବୁଦ୍ଧିମତା ” ବିଷୟବସ୍ତୁ ଉପରେ ବିଭିନ୍ନ ବ୍ଳକରୁ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏମପିକେ ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ତାପସ କୁମାର ନାଏକ ଯୋଗ ଦେଇଥିଲେ । ଉଦ୍ଘାଟନୀ ସମାରୋହରେ କଣ୍ଟାପାଳ ହାଇସ୍କୁଲ ର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । କେସିଏମ ହାଇସ୍କୁଲ , ବାଲିଡିହା ପ୍ରଧାନଶିକ୍ଷକ ନଳୀନ କୁମାର କୌଧୁରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୂର୍ବତନ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଚାରକ ଭାବେ ବାରିପଦା ସ୍ଥିତ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଡ଼ ପ୍ରିୟ ରଞ୍ଜନ ଦାଶ , ବିବି ମହାବିଦ୍ୟାଳୟ , ବାଇଗଣବାଡିଆ ର ପ୍ରାଧ୍ୟାପକ ସୁବ୍ରତ କୁମାର ଦାସ ଯୋଗ ଦେଇଥିଲେ । ଶିକ୍ଷକ ବସନ୍ତ କୁମାର ଦତ୍ତ , ବିଷ୍ଣୁପଦ ଆଚାର୍ଯ୍ୟ , ନୟନ କୁମାର ଗିରି ,ମନୋଜ କୁମାର ପରିଡା , ଶିକ୍ଷୟିତ୍ରୀ ଅତସୀ କୁଣ୍ଡୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସେମିନାର ରେ ପ୍ରଥମ ଯୋଗ୍ୟ ବିବେଚିତ ପ୍ରତିଯୋଗୀ ରାଜ୍ୟସ୍ତରୀୟ ବିଜ୍ଞାନ ସେମିନାର ରେ ଅଂଶଗ୍ରହଣ କରିବେ । କୃତୀ ପ୍ରତିଯୋଗୀ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରସ୍କୃତ କରିଥିଲେ l ଓଏଦ୍ଭି, ମହୁଲିଆ , ରାସଗୋବିନ୍ଦପୁର ବ୍ଲକ ର ଛାତ୍ରୀ ସୁହାନୀ ଘଟୁଆରୀ ପ୍ରଥମ , ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡିହି, ବହଳଦା ର ଛାତ୍ରୀ ଶିକ୍ଷା ସିହ୍ନା ଦ୍ବିତୀୟ , ଓଏଭି ପାସନା,ଜାମଦା ବ୍ଳକର ବିବେକ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ଖଣ୍ଡପଡା ସହର ସମେତ ଗ୍ରାମାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଦଶହରା ବହୁ ଧୂମଧାମରେ ପାଳନ କରାଯାଉଛି by Proprietor Abhimanyu Maharana October 22, 2026 ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026 ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି by Proprietor Abhimanyu Maharana October 22, 2026 କଟକ ୬ଷ୍ଠ ପୋଲିସ ବାଟାଲିୟନ ପକ୍ଷରୁ ସହୀଦ ସ୍ମୃତି ଦିବସ ପାଳିତ by Proprietor Abhimanyu Maharana October 22, 2026 ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ by Proprietor Abhimanyu Maharana October 22, 2026 ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ by Proprietor Abhimanyu Maharana October 21, 2026