Home ଓଡ଼ିଶା ଅଙ୍ଗନୱାଡ଼ି ର କରୁଣ ଚିତ୍ର – ଦୀର୍ଘ 12 ବର୍ଷ ହେଵ ବିନା ୱାର୍କର ରେ ଚାଲିଛି ଗୋପ ରେ ଥିବା ଅଙ୍ଗନବାଡି କେନ୍ଦ୍ର-2 , ଉପଜିଲ୍ଲାପାଳଙ୍କ ପାଖରେ ପଡିଛି ଫାଇଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> କେନ୍ଦ୍ର ସରକାର ଙ୍କ ଦ୍ଵାରା ସମଗ୍ର ରାଜ୍ୟରେ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ଵାରା ପରିଚାଳିତ ଅଙ୍ଗନବାଡି କେନ୍ଦ୍ର ରେ,କୁନି କୁନି ଶିଶୁମାନଙ୍କ ର ଶିକ୍ଷାର ମାନ ଅଭିବୃଦ୍ଧି ନିମନ୍ତେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ପୂର୍ବତନ ସରକାର କରୁଥିଲେ ବର୍ତ୍ତମାନ ସରକାର ଦୁଇ ପାଦ ଆଗକୁ ଯାଉଥିବା ଜଣା ପଡ଼ୁଥିବା ସତ୍ତ୍ୱେ ଗୋପ ଅଞ୍ଚଳରେ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି l ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଗୋପ ପଞ୍ଚାୟତ ର ହେର୍ଡକ୍ୱାଟର ରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ର ଟି ରେ l ଏହି ଅଙ୍ଗନବାଡି କେନ୍ଦ୍ରରେ ଗତ 14/09/20213 ମସିହା ଠାରୁ ଅଙ୍ଗନବାଡି ୱାର୍କର ନାହାନ୍ତି l ଏହା ଗୋପ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ନିଜସ୍ୱ ଗୃହ ରେ ଚାଲୁଛି ସତ କିନ୍ତୁ ଜଣେ ଶିକ୍ଷିତ ୱାର୍କର ଦ୍ଵାରା ଯାହା ସମ୍ଭବ ତାହା କଣ ଜଣେ ହେଲପର ପକ୍ଷେ ସମ୍ଭବ ହୋଇପାରିବ ? ଏହା ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଗଲାଣି ସତ କିନ୍ତୁ ଗୋପରେ ଥିବା ଅଙ୍ଗନବାଡି କେନ୍ଦ୍ର 2 ର ଭାଗ୍ୟ ପରିବର୍ତ୍ତନ ହୋଇପାରିଲା ନାହିଁ l ଏଠାରେ କାର୍ଯ୍ୟରତ ୱାର୍କର ଙ୍କ ବିୟୋଗ ହେଵା ପ୍ରାୟ 12 ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ନୂତନ ୱାର୍କର ନିଯୁକ୍ତି ଦିଆଗଲା ନାହିଁ l ଏ ସମ୍ପର୍କ ରେ ବ୍ଲକ ରେ ଥିବା ବିଭାଗୀୟ ଅଧିକାରିଣୀ କୌଣସି ସନ୍ତୋଷଜନକ ଉତ୍ତର ଦେବାରେ ଅସମର୍ଥ ପ୍ରକାଶ କରିଥିଲେ l ଉକ୍ତ କେନ୍ଦ୍ର ରେ ନିଯୁକ୍ତି କେବେ ମିଳିବ ତାହା ମଧ୍ୟ କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ l ଆହୁରି ମଧ୍ୟ କହିଥିଲେ ଯେ ମୋ ପୂର୍ବରୁ 8 ଜଣ ସିଡିପିଓ ଅସି ଗଲେଣି କିନ୍ତୁ ସେମାନେ ଚାହିଁଥିଲେ ହୁଏତ କିଛି ଗୋଟେ ହୋଇପାରିଥାନ୍ତା l ଏବେ ମୁଁ ଆସିଲାପରେ ହାଇକୋର୍ଟ ଓ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ବାରମ୍ବାର ଯିବା ସତ୍ତ୍ୱେ ସୁଫଳ ମିଳିପାରିଲା ନାହିଁ l କାହିଁକି ଉକ୍ତ କେନ୍ଦ୍ର ରେ ୱାର୍କର ନିଯୁକ୍ତି ଦିଆଯାଉନାହିଁ ସେ ସମ୍ପର୍କ ରେ ଉପ ଜିଲ୍ଲାପାଳ ଙ୍କ ସହିତ ଯୋଗାଯୋଗ କରିପାରନ୍ତି ବୋଲି ଗୋପ ବ୍ଲକ ରେ ଥିବା ସିଡିପିଓ କହିଥିଲେ l ଏହି ଅଙ୍ଗନବାଡି କେନ୍ଦ୍ର ଉପରେ ଗୋପ ପଞ୍ଚାୟତ ପ୍ରାୟ ୩ଟି ୱାର୍ଡ ର ଛାତ୍ରଛାତ୍ରୀ ନିର୍ଭର କରନ୍ତି l ଯେତେବେଳେ ଅଣ୍ଡା କି ଛତୁଆ ଦିଆଯାଏ ସେତେବେଳେ ହେଳପର ଙ୍କ ଦ୍ଵାରା ସୂଚିତ କରାଯାଏ ନଚେତ ଅଧିକାଂଶ ସମୟରେ ଉକ୍ତ କେନ୍ଦ୍ର ଟି ବନ୍ଦ ରହିଥାଏ l ଏହାଦ୍ଵାରା ଅନ୍ୟ କେନ୍ଦ୍ର ରେ ପିଲାଙ୍କୁ ନେଇ ଅବିଭାବକ ମାନେ ପାଠ ପଢ଼ାଉଛନ୍ତି l ଏବେ ଅଧିକାଂଶ ଯୋଜନାରେ ଅଙ୍ଗନବାଡି ଦିଦି ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ସତ୍ତ୍ୱେ ଗୋପ ଅଙ୍ଗନବାଡି କେନ୍ଦ୍ର 2 ରେ ୱାର୍କର ନାହାନ୍ତି l ଏଣୁ ସାଧାରଣ ରେ ଦାବୀ ହେଉଛି କୀ ଖାଲିଥିବା ଉକ୍ତ ଅଙ୍ଗନବାଡି କେନ୍ଦ୍ର ର ୱାର୍କର ପଦବୀରେ ନୂତନ ୱାର୍କର ନିଯୁକ୍ତି ପ୍ରଦାନ କରାଯାଉ l Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026