୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ସ୍ଥିତ ସହିଦ ସ୍ମୃତି ଭବନରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡାରୀ ଭାଷାର ସାମାଜିକ ଏବଂ ସାମ୍ବିଧାନିକ ସ୍ବୀକୃତି ହାସଲ କରିବା ଓ ମୁଣ୍ଡାରୀ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ ୨୦୨୩ ମସିହା ଜୁଲାଇ ୧୯ ତାରିଖ ଦିନ ମୁଣ୍ଡାରୀ ସମାଜର ବିିଭିନ୍ନ ସଂଗଠନ ଗୁଡିକୁ ନେଇ ଉକ୍ତ “ମୁଣ୍ଡାରୀ ଭାଷା ସମନ୍ୱୟ କମିଟି” ଗଠିତ ହେଇଥିଲା । ଆଜି ଏକ ବର୍ଷ ପୂର୍ତ୍ତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡିଶା ସମେତ ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ପ୍ରଭୃତି ତିନୋଟି ରାଜ୍ୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

