Home ଓଡ଼ିଶା ଉଦୟଗିରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ : ଗୋଟିଏ ଡାକ୍ତର ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ଚାଲିଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟ ଗିରି :-> ଗ୍ରାମଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆର,ଉଦୟଗିରି ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିନତ କରାଗଲା । ଗୋଷ୍ଠି ସ୍ବାସ୍ଥ୍ୟରେ ପରିନତ ହେବା ପରେ ମଧ୍ୟ କାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆହୁରି ଖରାପ ସ୍ତରରେ ରହିଛି । ଏହାର ସୋଜଗ ନେଇ ଏହି ଅଞ୍ଚଳର କ୍ବାକ୍ ସଂଖ୍ୟା ବଢି ବଢି ଚାଲିଛି ଏବଂ ସେମାନେ ରୋଗି ସେବା କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳୁଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଡାକ୍ତର ନେଇ ସ୍ବାସ୍ଥ୍ୟ ସେବା ଚାଲିଥିବା ଦେଖିବାକୁ ମିଳୁଛି । ଏଠିରେ ଜଣେ ଭେଷକ, ଅସ୍ଥିଶଲ୍ୟ , ସ୍ତ୍ରୀ ପ୍ରସ୍ବତି ଓ ଶିଶୁ ରୋଗ ବିଶେଷଜ୍ଞା ରହିବା କଥା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ବିଶେଷଜ୍ଞ ନାହିଁ । ୩ ଜଣ ଏମବିବିଏସ ଡାକ୍ତର ନେଇ ସ୍ବାସ୍ଥ୍ୟ ସେବା ଚାଲିଛି । ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ପରେ କିଛି କିଛ ବର୍ଷ ତଳେ ଜଣେ ସ୍ତ୍ରୀ ପ୍ରସ୍ବତି ବିଶେଷଜ୍ଞଙ୍କୁ ନିଯୁକ୍ତି ହୋଇଛନ୍ତି ମାତ୍ର ସେ ମେଡମ ଅଫିସ କାମ ଆଳକରି ମାସ ଅଧିକ ସମୟ ବ୍ରହ୍ମପୁର ରହନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୁତି ପାଇଥିବା ୩ ଜଣ ଏମବିବିଏସ ଡାକ୍ତର ପାଲିକରି ଅଞ୍ଚଳବାସୀ ସେବା ଯୋଗାଉଛନ୍ତି। ଏହି ସମସ୍ତ ବିଷୟ ଜିଲ୍ଲାର ସିଡିଏମ ଓ ମେଡିକଲ ଇନିଚାଜ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଚୁପୁ ରହନ୍ତି । ଏହି ସ୍ବାସ୍ଥ୍ୟ ଉପରେ ଆର,ଉଦୟଗିରି ଓ ନୁଆଗଡ ବ୍ଲକର ୨୦ ହଜାର ଉବ୍ଦ ଲୋକେ ନିଭରକରନ୍ତି । ନିଯୁକ୍ତି ହୋଇଥିବା ଡାକ୍ତର ଅଧିକ କାର୍ଯ୍ୟର ଆଳା ଦେଖାଇ ଅନୁଉପସ୍ଥି ରହନ୍ତି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁୁଥିବା ରୋଗି ବାଧ୍ୟ ରୋଗୀ ଅଞ୍ଚଳରେ ଥିବା କ୍ବକ୍ କିମ୍ବା ଘରେଇ ସେବା ଉପରେ ନିଭରକରନ୍ତି । ସେମାନେ ରୋଗୀମାନଙ୍କ ଠାରୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି । ଏହି କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରଵଳ ଥଣ୍ଡା ଜର ଆରମ୍ଭ ହୋଇ ଯାଇଥିବାରୁ ସକାଳୁ ସକାଳୁ ସ୍ବାସ୍ଥ୍ୟକେନ୍ଦ୍ରରେ ଶହ ଶହ ରୋଗୀ ଆସନ୍ତି । ଏହି ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଗୋଟିଏ ମାତ୍ର ଡାକ୍ତର ସ୍ବାସ୍ଥ୍ୟକେନ୍ଦ୍ରରେ ଦେବାକୁ ମିଳୁଛି । ଆଜି ସକାଳ ୭ଟା ସମୟରେ ବିଭିନ୍ନ ପ୍ରକାର ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଆସିଥିଲେ । ଜଣେ ମାତ୍ର ଡାକ୍ତର ଚିକିତ୍ସା ସେବା ଯୋଗାବା ଥିବାରୁ ବହୁ ସମୟ ରୋଗୀ ଅପେକ୍ଷା କରି ସେବା ନପାଇ ନିଜ ନିଜ ଘର ଫେରିଯାଇଥିଲେ । ସେହିପରି ନୁଆଗଡ ବ୍ଳକର ପୁଟୁରୁପଡା ପଞ୍ଚାୟତ ପୂର୍ବତମ ସରପଞ୍ଚ ଦୁଲବ ରଇତ ତାଙ୍କ ପରିବା ଲୋକଙ୍କୁ ଧରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରର ଦେଖି ଏହି ବିଷୟ ନେଇ ଜିଲ୍ଲାର ସିଡିଏମକୁ ଯାଇବା ସହ ସ୍ଥାନୀୟ ଅବ୍ୟବସ୍ଥା ଦେଖି ଜିଲ୍ଲା ସିଡିଏମ ଏବଂ ସ୍ଥାନୀୟ ଆମ ପ୍ରତିନିଧି ଫୋନକରି ଜଣାଇଥିଲେ । ଏହାପରେ ଆମ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚି ଶହ ଶହ ରୋଗୀ ଲମ୍ବା ଲାଇନିରେ ଛିଡାହୋବା ଦେଖି । ଏହି ଲମ୍ବ ଲାଇନିରେ ଗର୍ଭବତି ମହିଳା ବିଦ୍ୟାଳୟରୁ ଛାତ୍ରୀ ଚିକିତ୍ସା ବିଦ୍ୟାଳୟ ଶିକ୍ଷକ ଧରି ସକାଳ ୭ଟା ପେକ୍ଷାକରି ରହିଛନ୍ତି ବୋଲି ସରପଞ୍ଚ ଅଭିଯୋଗ କରିବା ପରେ ଏହି ବିଷୟ ନେଇ ଆମ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ ଅଧିକାରୀଣୀ ନମିତା ପଣ୍ଡା ସହ ଯୋଗାଯୋଗ କରିବା ସେ ତାଙ୍କ ଉତ୍ତପ୍ତ ହୋଇଆମ ସ୍ବାସ୍ଥ୍ୟ ସେବା ଠିକ୍ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର ଆସିଲେ ଅପେକ୍ଷା କରିବା ପଡିବ ବୋଲି କହିବା ସହ ଆମ ପ୍ରତିନୀଧିଙ୍କୁ ଆଗକୁ ଦଶହରା ଆସୁଥିବାରୁ ଆପଣ ଆସି ଏପରି ପଚାରୁଛନ୍ତି ବୋଲି କହିଥିଲେ । ଏହାପରେ ଏହି ସମସ୍ୟା ନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ଫୋନକରି ଅବଗତ କରିବାରୁ ମୁ ବୁଝୁଛି ଏହି ସମସ୍ୟା ସମାଧାନ କରିବି ବୋଲି କହିଥିଲେ । ଏହି ସମସ୍ୟା ଆଜିର ନୂହେଁ ଦିଘ୍ର ବର୍ଷଧରି ଏପରି ଚାଲିଛି । ଏହି ବିଷୟ ବାରମ୍ବାର ବିଭିନ୍ନ ଖବର କାଗଜ ପ୍ରକାଶ ହେଉଥିଲେ ମଧ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କିମ୍ବା ଜିଲ୍ଲାପ୍ରଶାସନ କାହିଁକି ଏଥିପ୍ରତି ଗୁରୁତର ନଦେଇ ଏହାର ପ୍ରତିକାର କରାଯାଉନି ଦୁଖଃର ବିଷୟ । ପୁଟୁରୁପଡା ପୂର୍ବତମ ସରପଞ୍ଚ ଶ୍ରୀ ରଇତ ଓ ଆସିଥିବ ଅନ୍ୟ ରୋଗୀ ମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୨ ରୁ୩ ଜଣ ଚିକିତ୍ସା ପାଇଁ ଡାକ୍ତର ନିୟୁତି କରିବାକୁ ଆମ ପ୍ରତିନିଧି ଅଭିଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିରହିଥିବା ସମସ୍ୟା ଗୁଡିକୁ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ କେବେ ସମାଧାନ କରୁଛନ୍ତି ଦେଖିବାକୁ ବାକିରହିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026