ପିପିଲି ଜବାହାର ବିଦ୍ୟାପୀଠରେ ବ୍ଲକ୍ ସ୍ଥରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ବ୍ଲକ୍ ସ୍ଥରୀୟ କୁଇଜ୍ ପ୍ରତିଯୋଗିତା ପିପିଲି ଜବାହାର ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ପିପିଲି ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବ୍ଲକ୍ ର ୨୩୫ଟି ବିଦ୍ୟାଳୟର ୨୭୯ ଜଣ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ଏହି କୁଇଜ୍ ପ୍ରତିଯୋଗିତାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବା ଦ୍ୱାରା ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ହେବା ସହ ବୈଦ୍ଧିକ ବିକାଶର ବିକାଶ ଘଟିବା ଦିଗରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ ପ୍ରକାଶ କରିଥିଲେ ।

ଏହି ପ୍ରତିଯୋଗିତାରେ ୩ୟ ରୁ ୫ମ ସବ୍ ଜୁନିୟର, ୬ଷ୍ଠ ରୁ ୮ମ ଜୁନିଅର ଓ ୯ମ ରୁ ୧୦ମ ଛାତ୍ରଛାତ୍ରୀମାନେ ସିନିୟର୍ ଗ୍ରୃପ ରେ ଭାଗନେଇଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପିପିଲି ସରକାରୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ଦାଶ ଯୋଗ ଦେଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜବାହାର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପୀତବାସ ସେଠୀ, ଶିକ୍ଷା ବିଭାଗର ଏଫ୍ ସି ବିଚିତ୍ରାନନ୍ଦ ଜେନା,

ପିପିଲି ର ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ସାହେବ ପାତ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରତିଯୋଗିତାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ୧୭ଟି କ୍ଲଷ୍ଟର୍ ସିଆରସିସି ମାନେ ଏଥିରେ ଯୋଗଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ ।

Exit mobile version