ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଓ ସାଇବର କ୍ରାଇମ୍ ଇତ୍ୟାଦିରୁ ସୁରକ୍ଷା ନିମନ୍ତେ ଆୱାରନେସ ପ୍ରୋଗ୍ରାମ

୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ” ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଓ ସାଇବର କ୍ରାଇମ ଇତ୍ୟାଦିରୁ ସୁରକ୍ଷା” ନିମନ୍ତେ ଏକ ଆୱାରନେସ ପ୍ରୋଗ୍ରାମ ବାଣପୁର ତାଲୁକ୍ ଲିଗାଲ ସର୍ଭିସ୍ କମିଟି ମୁଖ୍ୟ ତଥା ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ଅମରେଶ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଗଣମାଧ୍ୟମର ସପକ୍ଷ ଓ ବିପକ୍ଷ ସମ୍ବନ୍ଧୀୟ ସମସ୍ତ ପ୍ରକାର ଡାଟା ନ୍ୟାୟଧିସ ସ୍ନାତକୀ ଦାସ ପ୍ରାଞ୍ଜଳ ଭାବରେ ବୁଝାଇ କହିଥିଲେ ।

ନ୍ୟାୟାଧିସ ଶ୍ରୀ ମହାପାତ୍ର ସାଇବର କ୍ରାଇମ୍ ସାଧାରଣତଃ ମୋବାଇଲ ଫୋନ ଓ କମ୍ପ୍ୟୁଟର ମାଧ୍ୟମରେ ହେଉଥିବା ବେଳେ ଲୋକ ମାନଙ୍କର କିଛିଟା ଅଜ୍ଞାନତା, ସରଳ ବିଶ୍ୱାସ ଓ ଲୋଭାସିକ୍ତ ପ୍ରଭୃତି କାରଣ ଯୋଗୁଁ ସମ୍ଭବ ହୋଇପାରୁଛି । ଏଥି ପ୍ରତି ସମସ୍ତେ ସଚେତନ ହେବା ଓ ଅନ୍ୟ ମାନଙ୍କୁ ସଚେତନ କରାଇବା ପାଇଁ ଉଦବୋଧନ ଦେଇଥିଲେ ।

ଆଡଭୋକେଟ୍ ଶରତ ପଟ୍ଟନାୟକ,ସମ୍ପାଦକ ରଞ୍ଜନ ବେଦମତ୍ତା , ଉପ ସଭାପତି ରାମଚନ୍ଦ୍ର ପଲେଇ, ଜଗନ୍ନାଥ ଭୋଳ ପ୍ରମୁଖ ଆଡଭୋକେଟ୍ ମାନେ ଅଂଶଗ୍ରହଣ କରିଥିଲେ ଓ ପଦ୍ମଜ କୁମାର ପଟ୍ଟନାୟକଙ୍କର ଆବାହନ କ୍ରମେ ସହସଂପାଦକ ନରେନ୍ଦ୍ର ନାୟକ ଓ ବାର ଆସୋସିଏସନ୍ ର କର୍ମକର୍ତ୍ତା ଏବଂ ପ୍ରାୟ ପଚାଶ ଜଣରୁ ଉର୍ଦ୍ଧ୍ବ ଆଡଭୋକେଟ୍ ମାନେ ଯୋଗଦାନ କରିଥିଲେ । ଆଡଭୋକେଟ୍ ଶେଷଦେବ ମହାରଣା ଓ ଭବାନୀ ଶତପଥୀ ସଚେତନତା ଉପରେ ସୂଚନା ପ୍ରଦାନ କରିଥିଲେ ।

 

Exit mobile version