୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୁରୁଗ୍ରାମ :-> ଗୁରୁଗ୍ରାମ ଆସନ ପାଇଁ ଆସନ୍ତା ବିଧାନସଭା ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ନବୀନ ଗୋୟେଲଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ବିଶିଷ୍ଟ ସମାଜସେବୀ ତଥା ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ନେତା ଇଞ୍ଜିନିୟର ଅକ୍ଷୟ ସାମଲ ନିବେଦନ କରିଛନ୍ତି। ଦୀର୍ଘ ପଚିଶ ବର୍ଷ ହେଲା ଗୁରୁଗ୍ରାମରେ ଅବସ୍ଥାନ କରୁଥିବା ଇଞ୍ଜିନିୟର ଶ୍ରୀ ସାମଲ କଳିଙ୍ଗ ଭାରତୀ ଫାଉଣ୍ଡେସନ ପ୍ରତିଷ୍ଠା କରି ଏଠାରେ ନିୟମିତ ଭାବେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମମାନ ଆୟୋଜନ କରି ଆସୁଥିବା ଜଣାଯାଇଛି ।

