କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ , ଭୀମପୁର କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ସାନହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ସାମଗ୍ରିକ ଭାବେ ପରିଚାଳନା କରିଥିଲେ ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୈଳାସ ଚନ୍ଦ୍ର ହୋତା । ବିଭିନ୍ନ ଶିଶୁ ପ୍ରତିଭା ଚୟନ ପ୍ରତି ଯୋଗିତା ର ୧୮ଟି ବିଭାଗରେ ୧୦୬ଜଣ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

ଶ୍ରେଷ୍ଠ ଵ୍ରୃନ୍ଦ ଲୋକନ୍ରୃତ୍ୟ ଭାବେ ଏକ ଘୋଡାନାଚ ଦଳ ବ୍ଲକ ସ୍ତରକୁ ଉନ୍ନୀତ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ବାଣପୁର ମଣ୍ଡଳ ଶିକ୍ଷାଧିକାରୀ ସି ଏଚ୍ ବିଜୟଲକ୍ଷ୍ମୀ ମୁଖ୍ୟ ଅତିଥି ଏବଂ ଵାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version