Home ଓଡ଼ିଶା ମଣ୍ଡଳସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ଶୁଭlରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ୍ରମେ ବୋଲଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟରେ ଶୁକ୍ରବାର ଦିନ ମଣ୍ଡଳସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ଶୁଭlରମ୍ଭ ହୋଇଯାଇଅଛି ! ଏହିକାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବିଡ଼ିଓ ଶରତ କୁମାର ମଲ୍ଲିକ,ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର, ବିଶିଷ୍ଠ ଅତିଥିଭାବେ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ ଓ ସଂମ୍ମାନିତ ଅତିଥିଭାବେ ଅତିରିକ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର. ସି.ସି କୈଳାସ ନାଥ ସ୍ୱାଇଁ,ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସଭ୍ୟା ସୁନନ୍ଦିତା ସାହୁ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ ! ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ସ୍ୱାଗତଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ! ନିପୁଣ ଓଡିଶା ଶୁଭlରମ୍ଭ କାର୍ଯ୍ୟକ୍ରମରେ ବାମନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ! ଛାତ୍ରଛାତ୍ରୀମାନେ ମୌଳିକ ସ୍ଵାକ୍ଷରତା,ସଂଖ୍ୟାଜ୍ଞାନର ବିକାଶ ଓ ଜାତୀୟ ଶିକ୍ଷାନୀତି “୨୦୨୪”ଅନୁଯାୟୀ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ଦକ୍ଷତା ଏହାର ଆଭିମୁଖ୍ୟ ଓ ଲକ୍ଷ୍ୟ ଅଟେ ! ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଓ ବ୍ଲକର ସମସ୍ତ ସି,ଆର,ସିସିମାନେ ଯୋଗଦେଇଥିଲେ ! ପରିଶେଷରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ by Proprietor Abhimanyu Maharana July 4, 2026 NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha by Proprietor Abhimanyu Maharana July 4, 2026 କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା" ଅବକାରୀ ଅଧିକ୍ଷକ by Proprietor Abhimanyu Maharana July 4, 2026 ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା by Proprietor Abhimanyu Maharana July 4, 2026 ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି by Proprietor Abhimanyu Maharana July 4, 2026 ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର by Proprietor Abhimanyu Maharana July 3, 2026