୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା କରି ଏ ଜାତିର ଐତିହାସିକ ଆବଶ୍ୟକତା କୁ ପୂରଣ କରିଥିଲେ l ସେ ଦୀର୍ଘ 9ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମକରି ଓଡ଼ିଆ ଭାଷାର ପ୍ରଚଳିତ, ଅପ୍ରଚଳିତ, ଲୋକକଥିତ, ଆଞ୍ଚଳିକ, ବୈଦେଶିକ ଇତ୍ୟାଦିରୁ ମୋଟ 1ଲକ୍ଷ 85ହଜାର ଶବ୍ଦକୁ ଆବିଷ୍କାର କରି 9503ପୃଷ୍ଠା ପରିବ୍ୟାପ୍ତ ସାତ ଖଣ୍ଡରେ ଏହି ବିଶାଳ ଭାଷାକୋଷ ପ୍ରଣୟନ କରିଥିଲେ l ଯାହା ଭାରତୀୟ ସାହିତ୍ୟ ଇତିହାସର ଏକ ଅନତିକ୍ରମ ଅଧ୍ୟାୟl ଭାଷାକୋଷ ବ୍ୟତୀତ ଉତ୍କଳ କାହାଣୀ 1ମ ଓ 2ୟ ଭାଗ, ଭାଗବତ ଟୁଙ୍ଗୀରେ ସନ୍ଧ୍ୟା, ବାଇମହାନ୍ତିଙ୍କ ପାଞ୍ଜି, ଧୋରେ ବାଇଆ ଧୋ,

