ବ୍ଲକ୍ ସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ,ଶିକ୍ଷୟତ୍ରୀ ଙ୍କ ତାଲିମ କାର୍ଯ୍ୟକ୍ରମ

୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ପଞ୍ଚାୟତ ହାଇସ୍କୁଲ୍ ବକଳ ବନ୍ଧ ରେ ବ୍ଲକ୍ ସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବ୍ଲକ୍ ସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର ଏବ ରାକେଶ କୁମାର ଘଡେ଼ଇ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆର୍ ପି ଦେବବ୍ରତ ଶତପଥୀ, ସିଦ୍ଧାର୍ଥ ରତ୍ନ,ପ୍ରଭାତୀ ଦେଇ ଏବଂ ସୁଭଦ୍ରା ସାହୁ , ଶିକ୍ଷକମାନଙ୍କର ବିକାଶତ୍ମକ ମନୋବୃତ୍ତି,ସାମାଜିକ , ଆବେଗିକ ନୈତିକ ଶିକ୍ଷା, ଅନ୍ତର୍ନୀବେଶୀ ଶିକ୍ଷା, ବସ୍ତାନୀ ବିହୀନ ପାଠପଢ଼ା ଦିବସ,ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଆଦି ଉପରେ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୫୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପଷ୍ଟିତ ରହି ତାଲିମ ଗ୍ରହଣ କରିଥିଲେ । ତାଲିମ ଶିବିର ପରିଦର୍ଶନ କରିଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ବି ଆର୍ ସି ସି ଜ୍ୟୋତ୍ସ୍ନାରାଣୀ ସେଠୀ ।

Exit mobile version