ବୈଜ୍ଞାନିକ ମନୋବୃତ୍ତି ଓ ବିଶ୍ଲେଷଣାତ୍ମକ ଚିନ୍ତନ ହିଁ ବିଜ୍ଞାନ ସେମିନାର ର ଉଦ୍ଦେଶ୍ୟ

୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ୍ ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଏହି ସେମିନାର ର ଉଦ୍ଦେଶ୍ୟ ଏବଂ ବୈଜ୍ଞାନିକ ମନୋବୃତି ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,କବିତା ଦାଶ,

ନୂଆଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ,ସି ଆର୍ ସି ସି କୈଳାଶ ନାୟକ,ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର , ଚିନ୍ତାମଣି ବିଦ୍ୟାପୀଠ ସମ୍ପଡା ବିଜ୍ଞାନ ଶିକ୍ଷକ ହରିହର ତ୍ରିପାଠୀ,ପଞ୍ଚାୟତ ହାଇସ୍କୁଲ୍ ବକଳ ବନ୍ଧ ବିଜ୍ଞାନ ଶିକ୍ଷକ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନ ର ଆବଶ୍ୟକତା ଓ ଗୁରୁତ୍ଵ ଉପରେ କହିଥିଲେ।ବିଜ୍ଞାନ ସେମିନାର କାର୍ଯ୍ୟକ୍ରମ ରେ କୃତିମ ବୁଦ୍ଧିମତା,

ଆଶା ଓ ଆଶଙ୍କା ଉପରେ ହୋଇଥିବା ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଜନଶକ୍ତି ହାଇସ୍କୁଲ୍ ଚାହାଳି ଅଷ୍ଟମ ଶ୍ରେଣୀ ଛାତ୍ରୀ ଅଭିପ୍ସା ମିଶ୍ର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ଆସନ୍ତା ୩୦ ତାରିଖ ସୋମବାର ଦିନ ୧୦ ଟା ସମୟରେ ବ୍ରଜେନ୍ଦ୍ର ହାଇସ୍କୁଲ୍ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ରେ ଅଭିପ୍ସା ଅଂଶ ଗ୍ରହଣ କରିବେ ।

Exit mobile version