ପ୍ରଭାତୀ ପରିଡା ଙ୍କ ଦ୍ଵାରା ଗୋପ ଅଞ୍ଚଳରେ ମାରାଥନ କାର୍ଯକ୍ରମ 

୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ନିର୍ବାଚନ ର ଶହେ ଦିନ ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଘନ ଘନ ଗୋପ ଅଞ୍ଚଳ ଆଗମନରେ ବିଭିର୍ନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହେଉଅଛି l 25 ତାରିଖ ରେ ଗୋପ ଅଞ୍ଚଳ ରେ ବିଜେପି ସଦସ୍ୟତା ଅଭିଯାନ 26 ତାରିଖ ରେ ବ୍ଲକ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ କୁସୁପୁର ଯୁବ ପରିଷଦ ପ୍ରାଙ୍ଗଣ ରେ ଦିବା ୨ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଯଦିଓ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଦ୍ଵାରା ଉଦଘାଟନ କରାଯିବାର ଥିଲା କିନ୍ତୁ ଭୁବନେଶ୍ୱର ରେ ଜେପି ନଡ୍ଡା ଙ୍କ କାର୍ଯ୍ୟକ୍ରମ ହେତୁ ଉକ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । ଶ୍ରୀମତୀ ପରିଡା ଙ୍କ ସୁରକ୍ଷା କର୍ମୀ ଙ୍କ ଗାଡି ଦ୍ଵାରା ଆହତ ହୋଇଥିବା ଛାତ୍ରୀଙ୍କ ପିତାଙ୍କୁ ଝିଅ ପାଇଁ ଏକ ନୂତନ ସାଇକେଲ ମଧ୍ୟ ପ୍ରଦାନ କରିଥିଲେ l ତାପରେ ସନ୍ଧ୍ୟା ସମୟରେ ଗୋପ ମେଡିକାଲକୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଏହାର ଶୁଭ ଉଦ୍‌ଘାଟନ କରିଥିଲେ ଶ୍ରୀମତୀ ପରିଡା । ପୂର୍ବରୁ ଥିବା ଆମ୍ବୁଲାନ୍ସ ଟି ଅଧିକାଂଶ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲା l

ଯାହାଫଳରେ ଗୋପ ବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏସ ବି ଆଇ କୁ ଅନୁରୋଧ କ୍ରମେ ଗୋପ ମେଡିକାଲକୁ ଏକ ନୂତନ ଆମ୍ବୁଲାନ୍ସ ମିଳିଛି । ଏନେଇ ଉପ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗୋପ ମେଡିକାଲ ନିମନ୍ତେ ଏକ ଛୋଟିଆ ପ୍ରୟାସ କରାଯାଇଥିଲା ଏବଂ ଏହି ଆମ୍ବୁଲାନ୍ସଟି ଗୋପ ମେଡିକାଲ୍‌ର ଆମ୍ବୁଲାନ୍ସ ଜନିତ ଅସୁବିଧାକୁ ଦୂର କରିବ । ଏହି ଉଦ୍‌ଘାଟନ ସମୟରେ ଗୋପ ବ୍ଲକ ଉପାଧ୍ଯକ୍ଷ ବନରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରୂପଭାନୁ ମିଶ୍ର, ଷ୍ଟେଟବ୍ୟାଙ୍କର ସିଜେଏ ଜଏମ ଦିନେଶ ପ୍ରିଥବି, ଜିଏମ ଏମ.ପୁଲାବାଲମ, ଡିଜେ ଡିଜେଏମ ପ୍ରଶାନ୍ତ କୁମାର, ଆରଏମ୍ ଭରତ ଚନ୍ଦ୍ର ସାହୁ,

ଗୋପ ଷ୍ଟେଟବ୍ୟାଙ୍କର ମୁଖ୍ୟ ପରିଚାଳକ ରୋଜାଲିନ ପଣ୍ଡା, କର୍ମଚାରୀ ଗୋପାଳ ବଲ୍ଲଭ ଦାସ, ଗୋପ ମେଡିକାଲ ମୁଖ୍ୟ ଚିକିତ୍ସାଧିକାରୀ ଡା. ଜସ୍ମିନ ଆଫ୍ରୋଜ‌, ଡା. ସରିତା ମିଶ୍ର, ଡା.ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଆମ୍ବୁଲାନ୍ସର ଚାବି ମେଡିକାଲକୁ ହସ୍ତାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଶ୍ରୀମତୀ ପରିଡ଼ା ଗୋପ କଲେଜ କୁ ଗସ୍ତ କରି ସମସ୍ୟା ସମ୍ପର୍କ ଅନୁଧ୍ୟାନ କରିଥିଲେ l ସେଠାରୁ ଅଣ୍ଢରାଇଚ୍ଛାପୁର ପଞ୍ଚାୟତ ର ବଡ଼ ମଠ ଗ୍ରାମ କୁ ଗସ୍ତ କରିଥିଲେ l ସେହିଁ ଗ୍ରାମ ର ଚିତ୍ରସେନ ରାଉତ ଙ୍କ ବଜ୍ରାଘାତ ରେ ମୃତ୍ୟୁ ହୋଇଥିଲା ସେଥିପାଇଁ ତାଙ୍କ ଶୋକାକୁଳ ପରିବା ବର୍ଗଙ୍କୁ ସମବେଦନା ଜଣାଇବା ସହ ନିଶ୍ଚିନ୍ତ ସହାୟତା ପ୍ରଦାନ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏଥି ପାଇଁ ଉକ୍ତ ଅଞ୍ଚଳ ବାସୀ ତଥା ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଶ୍ରୀମତୀ ପରିଡା ଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ଲୋକ ସେବା କରିବ ତ ଏମିତି ବୋଲି ଗୋପ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

Exit mobile version