୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ସଇଁନ୍ଧା ନଚ୍ଛିପୁର ଅଞ୍ଚଳରେ ଅନୁଷ୍ଠିତ ହୋଇଆସୁଥିବା ମା’ ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ମାସ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୨୨ ତାରିଖ ମଙ୍ଗଳବାର ଦିନ ଭଷାଣୀ କରାଯିବ । ଏନେଇ ଶୁକ୍ରବାର ରିତିରେ ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ନୟନ କିଶୋର ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ସଭାକାର୍ଯ୍ୟକୁ ଶାନ୍ତି କମିଟିର ସଂପାଦକ ଜ୍ୟୋତିରମୟ ବେଉରା ସଂଚାଳନ କରିଥିଲେ ।

