Home ଓଡ଼ିଶା କାନାରା ରଥ -ମୋବାଇଲ ଏଲ୍ଇଡି ଭ୍ୟାନ୍ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବ୍ୟାଙ୍କର ଉତ୍ପାଦ ଏବଂ ଆର୍ଥିକ ସଚେତନତା ଅଭିଯାନ ପାଇଁ କାନାରା ବ୍ୟାଙ୍କର ପଦକ୍ଷେପ ୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସାଧାରଣ ଲୋକମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ତଥା ବ୍ୟାଙ୍କର ଉତ୍ପାଦଗୁଡିକ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ନିମନ୍ତେ କାନାରା ବ୍ୟାଙ୍କ ତରଫରୁ ଏଲ୍ଇଡି ଭ୍ୟାନ୍ କାନାରା ରଥର ଆରମ୍ଭ କରାଯାଇଛି । କାନାରା ବ୍ୟାଙ୍କ ରାଜ୍ୟ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ଏହି କାର୍ୟ୍ୟକ୍ରମର ଉଦ୍ଘାଟନ କରିଥିଲେ । ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ଜଗଦୀଶ ଚନ୍ଦର ସୂଚନା ଦେଇଛନ୍ତି ଯେ ଆଗାମୀ ୫/୬ ଦିନ ମଧ୍ୟରେ ଏହି କାନାରା ରଥ ଭୁବନେଶ୍ୱର, କଟକ, ଭଦ୍ରକ, ସମ୍ବଲପୁର, ରାଉରକେଲା ଏବଂ ବ୍ରହ୍ମପୁର ଆଦି ରାଜ୍ୟର ପ୍ରମୁଖ ସହରଗୁଡିକ ସହ ୧୦ରୁ ୧୫ ଟି ଶାଖା ଓ ମାର୍କେଟ ସ୍ଥଳୀ କଭର କରିବ । କାନାରା ରଥ ମାଧ୍ୟମରେ ବ୍ୟାଙ୍କର ଗୃହ ଋଣ, ଗାଡି ଋଣ, ସ୍ୱର୍ଣ୍ଣ ଋଣ, ଏମ୍ଏସ୍ଏମ୍ଇ ଋଣ, ଖୁଚୁରା ମିଆଦୀ ଜମା ଆଦି ଉତ୍ପାଦ ଓ ସେବା ଗୁଡିକ ଉପରେ ଆଲୋକପାତ କରାଯିବ । କାନାରା ବ୍ୟାଙ୍କର ମହାପ୍ରବନ୍ଧକ କହିଛନ୍ତି ଯେ, ଏହି କାନାରା ରଥ ମାଧ୍ୟମରେ ପାରମ୍ପରିକ ବ୍ୟାଙ୍କିଙ୍ଗ୍ ସେବା ବ୍ୟତୀତ ପ୍ରତ୍ୟକ୍ଷ ଲାଭ ଯୋଜନା ଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ ଯାହା ଦ୍ୱାରା ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ମିଳି ପାରିବ । ଏଥିରେ ସରକାରୀ ସବସିଡି ଓ ଜନକଲ୍ୟାଣ କାର୍ୟ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ଯାହା ଜୀବନର ଗୁଣାତ୍ମକ ମାନବୃଦ୍ଧିରେ ସହାୟକ ହେବ । ଆର୍ଥିକ ସଚେତନତା ଓ ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଥିବା ଏହି ପଦକ୍ଷେପକୁ ସମସ୍ତ ଅଂଶଗ୍ରହଣକାରୀ ପ୍ରଶଂସା କରିଥିଲେ । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟଙ୍କ ସମେତ ମଣ୍ଡଳ କାର୍ୟ୍ୟାଳୟ ଓ କ୍ଷେତ୍ରୀୟ କାର୍ୟ୍ୟାଳୟର ଅଧିକାରୀଗଣ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026