୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୨ୟ ଦିନ ଖେଳର ୧ମ ମ୍ୟାଚରେ ଢେଙ୍କାନାଳ ଦଳ ଯାଜପୁର ଦଳକୁ ୨-୧ ଗୋଲରେ ପରାସ୍ତ କରିଛି I ଢେଙ୍କାନାଳ ତରଫରୁ ଅନିଲ ସ୍ୱାଇଁ ୩୮ ମିନିଟ ଓ ମଧୁ ଯାନୀ ୭୫ ମିନିଟରେ ଗୋଲ ଦେଇଥିବା ବେଳେ ଯାଜପୁର ଦଳ ତରଫରୁ ବୃନ୍ଦାବନ ମୁର୍ମୁ ୪୪ ମିନିଟରେ ଏକ ମାତ୍ର ଗୋଲ କରିଥିଲେ I ଉକ୍ତ ଖେଳକୁ ଶେଖବତ ଖାନ, ଲକ୍ଷ୍ମଣ ସେଠ, ଶିବ ସାମନ୍ତ ରାୟ ଓ ବାପୁନ ମହାନ୍ତ ଖେଳ ପରିଚାଳନା କରିଥିଲେ I

